

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ ଅବସରରେ ଏକ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ତରଫରୁ ଆୟୋଜିତ ଶୋଭାଯାତ୍ରାକୁ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶୁଭାରମ୍ଭ କରିଥିଲେ । ଫାଷ୍ଟ ଗେଟ ଠାରୁ ବାହାରି ଏହି ଶୋଭାଯାତ୍ରା ସହରର ବିଭିନ୍ନ ସ୍ଥାନ ପରିକ୍ରମା ସହ ମେଡିକାଲ ଛକ ଦେଇ ଗଜପତି ନଗର ଠାରେ ଶେଷ ହୋଇଥିଲା । ପରିବେଶର ସୁରକ୍ଷା କରିବା ସହ ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ, ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଚେତନ କରାଯାଇଥିଲା । ବ୍ରହ୍ମପୁର ସ୍କଟିଂ ଏକାଡେମୀ କୋଚ ବିଭୁତି ଭୂଷଣ ଜେନାଙ୍କ ତତ୍ୱାବିଧାନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକାଡେମୀର ବହୁ ଛାତ୍ରଛାତ୍ରୀ ଯୋଗଦେଇ ପ୍ଲାକ କାର୍ଡ ଦ୍ୱାରା ଜନସାଧରଣଙ୍କୁ ସଚେତନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବିଜେଡି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବନମାଳୀ ସେଠି, ନିରଞ୍ଜନ ଜେନା, ଭିସ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ପାର୍ବତୀ ପ୍ରଧାନ, କୈଳାସ ବିଷୋୟୀ, ମଦନ ଦଳେଇ, ନରସିଂହ ସାହୁ, ଦୁର୍ଗା ପଣ୍ଡା, ପ୍ରଦୀପ ବେହେରା, ଟି ଗୋପୀ, ବିଜୟ ସାମଲ, ସୋନି ଦାସ,ଫାୟାଜ୍ ଖନ୍, ସୀମାଞ୍ଚଳ ପଟନାୟକ ସମେତ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସଂପାଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


