ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଗତକାଲି ୨୯.୭.୨୦୨୩ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ବିଚାରକ ଭାବେ ଯୋଗ ଦେଇଥିଲେ ଶ୍ରୀ ଗୋପାଳ କୃଷ୍ଣ ପାଢ଼ୀ, ସସ୍ମିତା ପଣ୍ଡା ଓ ନମିତା ପାଢ଼ୀ l ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଶ୍ରୀ ସାନଭି ପଣ୍ଡା ,ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସାହିଲ ସେନାପତି , ତୃତୀୟ ସ୍ଥାନରେ ଆଦ୍ଵିତା ଅନୁପ୍ରୀୟା ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅନୁଷ୍କା ରାଉତ , ପ୍ରତିଜ୍ଞା ପୁରୋହିତ ଦ୍ୱିତୀୟ , ବିକ୍ରାନ୍ତ ସ୍ୱାଇଁ ଏବଂ ଅକ୍ସରା ସାହୁ ତୃତୀୟ , ସେହିପରି ଅଷ୍ଟମ ଓ ଦଶମ ଶ୍ରେଣୀ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ହେଇଛନ୍ତି ଭବିଷ୍ୟ କୁମାର ସାହୁ , ଦ୍ୱିତୀୟ ଶ୍ରାବଣୀ ବେହେରା , ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆଦର୍ଶ ଅଭିନାସ ପ୍ରଧାନ l ସେହିପରି ଆଜି ୩୦.୭.୨୦୨୩ ତାରିଖରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ରଚନା ପ୍ରତିଯୋଗିତା ହୋଇଥିଲା l ଚଳିତ ବର୍ଷ ସ୍ୱାଧୀନତା ଦିବସ ରେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ସ୍ଥିତ ଷ୍ଟାଡିୟମ୍ ଠାରେ କୃତିତ୍ୱ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ କରାଯିବ I
ରିପୋର୍ଟ : ନିମାଇଁ ଚରଣ ପଣ୍ଡା