ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଦୀର୍ଘ ୨୦ଦିନ ଧରି ସଟ୍ଡାଉନ୍ ଓ ମ୍ୟୁନିସିପାଲଟିର ୧ଟି ୱାର୍ଡ କଣ୍ଟେନ୍ମେଣ୍ଟ ଘୋଷଣା ହେବା ପରେ ଆଜି ମିଳିଥିବା ଟେଷ୍ଟ ରିପୋଟ ଗୁଡିକରୁ ଜଳେଶ୍ୱର ବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଗତ ୧୮ ତାରିଖରେ ଜଳେଶ୍ୱର ବ୍ଲକର ସର୍ଦ୍ଦାର ବନ୍ଧ ପଞ୍ଚାୟତର ଚୁଡାମଣିପୁର ଓ ଓଲମରା ଗାଁରୁ ସଂଗୃହୀତ ହୋଇଥିବା ୧୭୦ ସ୍ୱାବ ନେଗେଟିଭ୍ ବୋଲି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ସେହିପରି ପୁରୁଣା ପାଣି, ଖୁଆଡ, ଚାଫଲା ଓ ମରଳିପାଳ ଅଂଚଳରୁ ୨୦୦ ଜଣଙ୍କର ଏଣ୍ଟିଜେନ୍ ଟେଷ୍ଟ ଲାଗି ରକ୍ତନମୁନା ସଂଗୃହରତ ହୋଇଥିଲା । ଏଥିରୁ ଚାଫଲା କ୍ୱାରେନଣ୍ଟାଇନ୍ରେ ଥିବା ଜଣେ କରୋନା ଯୋଦ୍ଧାଙ୍କ ସହିତ ତାଙ୍କ ସ୍ୱାମୀ ସଂକ୍ରମିତ ହୋଇଥିବା କୁହାଯାଇଥିବା ବେଳେ ଚାଫଲା ଗାଁର ଅଙ୍ଗନୱାଡି କର୍ମୀ ଓ ତାଙ୍କ ସ୍ୱାମୀ ସଂକ୍ରମିତ ନୁହନ୍ତି ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା