ସ୍ୱାମୀ ବିବେକାନନ୍ଦ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଲଲହଡ଼ା(ସମୃଦ୍ଧଓଡିଶା)ଅନଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅନ୍ତର୍ଗତ କରଡାପାଳ ଗ୍ରାମ ପଞ୍ଚାୟତ ଗୁରୁଣ୍ଡିଆମୁଣ୍ଡା ଗ୍ରାମ ସ୍ବାମୀ ବିବେକାନନ୍ଦ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ପୁଟୁକାମହୁଲ କୁ ହରାଇ ବି ବି ସି, ପାଲଲହଡ଼ା ଚମ୍ପିୟାନ।ସ୍ବାମୀ ବିବେକାନନ୍ଦ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୩୫ତମ ଫୁଟବଲ ପ୍ରତିଯୋଗିତା ରେ ୧୬ ଗୋଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ପୁଟୁକାମହୁଲ ଫୁଟବଲ ଦଳ ଏବଂ ବି ବି ସି, ପାଲଲହଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟ୍ରାଇ ବ୍ରେକର ମାଧ୍ୟମ ରେ ବି ବି ସି, ପାଲଲହଡ଼ା ଚମ୍ପିଆନ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଳ ଯୋଗଦେଇ ଉଭୟ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ୨୨ନଂ ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବୁଧୁରାମ ବୈପାଇ, ବରିଷ୍ଠ କ୍ରୀଡାବିତ ହିମାଂଶୁ ଗଡନାୟକ ଯୋଗଦାନ କରିଥିଲେ।କମିଟି ର ସମସ୍ତ ସଦସ୍ୟ ପ୍ରତିଯୋଗିତା ଆୟୋଜନ ରେ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *