




ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତର ବଡ଼ପୁଟି ଗ୍ରାମ ସମେତ ୧୧ଟି ଗ୍ରାମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦାବି ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୋଧରେ ଆଜି ଛତ୍ରପୁର ବ୍ଲକ ଶିବସେନା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ଏ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିକଟରେ ପହଞ୍ଚିଥିଲେ । ଏହି ୧୧ଟି ପଞ୍ଚାୟତବାସୀ ଦୂଷିତ ପାନୀୟ ଜଳ ଯୋଗୁଁ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ବହୁ ଲୋକ ଅନ୍ୟ ଅଜଣା ରୋଗରେ ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଥର ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ତେଣୁ ଏହାର ପ୍ରତିକାର ଦାବିରେ ବ୍ଲକ ଶିବସେନା ପକ୍ଷରୁ ଆମରଣ ଅନଶନରେ ବସିବା ପାଇଁ ବାଧ୍ୟ ହୋଇଛୁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି । ଏହି ଅନଶନରେ ଛତ୍ରପୁର ବ୍ଲକ ସଭାପତି ରାଜେଶ ମହାରଣା, ଜିଲ୍ଲା ଯୁବସେନା ପ୍ରମୁଖ ପି.ତୁଳସାୟା ରେଡ୍ଡି, ଜିଲ୍ଲା ପ୍ରମୁଖ ସନାତନ ଚୌଧୁରୀ, ଯୋଗେନ୍ଦ୍ର ପ୍ରସାଦ, ସୁଦର୍ଶନ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



