ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଭଞ୍ଜନଗର କଂଗ୍ରେସଦଳ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ଆନ୍ଦୋଳନର ଚେତାବନୀ …

ଛତ୍ରପୁର (ସମୃଦ୍ଧ ଓଡିଶା) ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦିନରୁ ମେଡିକାଲରେ ଡାକ୍ତରଙ୍କ ଅଭାବ ରହିଛି ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ  ଯଦି ଏହି ସମସ୍ୟାର ସମାଧାନ ଶୀଘ୍ର ନହୁଏ ତାହେଲେ କଂଗ୍ରେସ ଦଳ ଭଞ୍ଜନଗର ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦେଇଛି । ଏଥିରେ ଦେବୀ ବିଷୋୟୀ, ନୃସିଂହ ଚରଣ ରଥ, ପ୍ରଶାନ୍ତ ବିଷୋୟୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗତି ମହାପାତ୍ର, ସୂର୍ଯ୍ୟ ପାଢ଼ୀ, ପପୁ ପଟ୍ଟନାୟକ, ସନ୍ତୋଷ ନାୟକ, ଖରାଅଂଶୁ ଦାସ, ବିସିକେଶନ ରାଉତଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା