ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ଲାଗି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମକ ଏକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏବେ ଓଡିଶାର କେତେକ ଜିଲ୍ଲାରେ ମୂର୍ଣ୍ଣ ମାତ୍ରାରେ କାର୍ଯ୍ୟ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ତାହା ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଫଳରେ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜରିଆରେ ଗ୍ରାମାଂଚଳ ଓ ସହରାଞ୍ଚଳ ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟସେବା ନିରୂପଣର ବ୍ୟବସ୍ଥା ହୋଇଛି । ବିଶେଷ କରି ବହୁମୂତ୍ର ରୋଗ, ହୃଦରୋଗ, ସଭିଭାଲ, କେନସର ଇତ୍ୟାଦି ଦୂରାସାଧ୍ୟ ରୋଗର ଚିକିତ୍ସା ଓ ଚିହ୍ନଟ ହେବାର ବ୍ୟବସ୍ଥା ସହିତ ଯୋଗ ଇତ୍ୟାଦିର ବ୍ୟବସ୍ଥା ରହିଛି । ଏଥିରେ ଜଣେ ଡାକ୍ତର, ଜଣେ ନର୍ସ, ଫାର୍ମସିଷ୍ଟ ଓ ଲାବ୍ରୋଟାରୀ ଟେକ୍ନିସିଆନଙ୍କ ସହିତ ଯୋଗ ପ୍ରଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା ରହିଛି । ଏଥିଲାଗି ରାଜ୍ୟର ସମସ୍ତ ଜିଲାରେ ବଛା ବଛା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରଶିକ୍ଷଣ ଓ ଚିକିତ୍ସାର ବ୍ୟବସ୍ଥା ରହିଛି । ବାଲେଶ୍ୱର ଜିଲାର ୪୧ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏଥିଲାଗି ବଛରଯାଇଥିବା ବେଳେ ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ, ଜଳେଶ୍ୱର ଡିସ୍ପେନ୍ସରୀ ଓ ନାମ୍ପୋ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନିତ ହୋଇଛନ୍ତି । ଏଥିଲାଗି ଆବଶ୍ୟକ ସରଞ୍ଜାମ ଓ ଆର୍ଥକ ସହାୟତା ମଧ୍ୟ ପହଞ୍ଚିଛି । ପ୍ରାୟ ୧ବର୍ଷଧରି ଅନ୍ୟ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ଜିଲାରେ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଏ ସଂପର୍କରେ ବାଲେଶ୍ୱର ସିଡିଏମ୍ଓ ଡା ବାନାର୍ଜୀ ଛୋଟରାୟଙ୍କୁ ପଚାରାଯିବରୁ ବାଲେଶ୍ୱର ଜିଲାରେ ସିଦ୍ଧାନ୍ତ ହୋଇଥିବା ପ୍ରକ୍ରିୟା ଶେଷ ହୋଇଛି । ଡାକ୍ତର ଅଭାବରୁ ସଂପୃକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ, ଫାର୍ମାଶିଷ୍ଟ ଓ ଟେକ୍ନିଆନ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଚାଲିଛି । ଏହି ପ୍ରଶିକ୍ଷଣ ପ୍ରକ୍ରିୟା ୨ଟି ଟିମର ଶେଷ ହୋଇଥିବା ବେଳେ ୩ୟ ଟିର ପ୍ରଶିକ୍ଷଣ ଚାଲିଛି । ଆସନ୍ତା ଦିନରେ ଅନ୍ୟଏକ ଟିମର ପ୍ରଶିକ୍ଷଣ ପରେ ତାହା କାର୍ଯ୍ୟ କରିବ ।
ରିପୋର୍ଟ : ଭୂପତି କୁମାର ପରିଡା