
ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତୀ ଯୋଜନା ନାମରେ ମେଡିକାଲ ସହାୟତା ନିଯୁକ୍ତି ପତ୍ର ପ୍ରଦାନ କରାଯାଉଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି, ଯାହାକି କପୋଳକଳ୍ପିତ ଓ ବୃଥା ଅଟେ । ଏ ଭଳି କୈଣସି ଯୋଜନା ନାହିଁ, କେହି ଜଣେ ଦୁର୍ବୃତ୍ତ ଏଭଳି ନିଯୁକ୍ତି ପତ୍ର ଦେଇ ଯୁବ ବର୍ଗଙ୍କ ଠାରୁ ଠକି ନେଉଥିବା ଜଣାଯାଉଅଛି । ଏଭଳି ନିଯୁକ୍ତି ପତ୍ରକୁ ଖଣ୍ଡନ କରି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଗଞ୍ଜାମ, ବ୍ରହ୍ମପୁରଙ୍କ ଦ୍ବାରା ଉଭୟ ଗଞ୍ଜାମ ଓ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ଅନୁସନ୍ଧାନ ନିମନ୍ତେ ପତ୍ର ସଂଖ୍ୟା ୧୨୫୪୩ ତା. ୧୮.୦୮.୨୦୨୦ରେ ଜଣାଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
