
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ପଞ୍ଚାୟତର ସିମୁଳିଆ ଗାଁରେ ବ୍ୟାପକ ଚୋରାମଦ କାରବାର ହୋଇ ଆସୁଛି । ଆଜି ଅନନ୍ତ ଜେନା ଓ ଅନ୍ୟ ଜଣେ ମହିଳା ଏକ ବ୍ୟାଗ୍ରେ ଦେଶୀ ଚୋରମଦ ନେଇ ଗାଁକୁ ପଶିଲା ବେଳେ ତାରିଣୀ ଏସ୍ଏଚ୍ଜିର ଅଞ୍ଜୁବାଳା ପ୍ରଧାନ, ସିଆର୍ପି ସୁଜାତା ପରିଡା, ଭଗୀରଥ ଚନ୍ଦ, ରଞ୍ଜିତ ପାତ୍ର, ପାର୍ଥସାରଥି ଦାସ, ମୃତ୍ୟୁଞ୍ଜୟ ଜେନା, କମଳଲୋଚନ ବାରିକ ପ୍ରମୁଖ ତାକୁ ଅଟକ ରଖି ନାମ୍ପୋ ଫାଣ୍ଡିକୁ ଖବର ଦେଇଥିଲେ । ଗ୍ରାମରୁ ମଦ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା