ହମିରପୁର ଅଞ୍ଚଳରେ ବିଜେପିର ସଦସ୍ୟତା ଅଭିଯାନ

ରାଉରକେଲା(ସମୃଦ୍ଧଓଡିଶା) ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରର ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟତ-୧୯ ଅନ୍ତର୍ଗତ ହମିରପୁର ଠାରେ ଥିବା ଧୋବି ବସ୍ତିରେ ବିଜେପି ପକ୍ଷରୁ ଆଜି ସଦସ୍ୟତା ସଂଗ୍ରହ ଅଭିଯାନ ଜରାଯାଇଥିଲା । ବିଜେପି ପାନପୋଷ ସାଙ୍ଘଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିଵା ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ରଘୁନାଥପାଲ୍ଲୀ ମାନ୍ୟବର ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଉପସ୍ଥିତ ରହି ସଦସ୍ୟତା ସଂଗ୍ରହ ଅଭିଯାନ ରେ ଭାଗ ନେଇ ଲୋଜଙ୍କୁ ବିଜେପି ସଂଘଠନ ସମ୍ବନ୍ଧରେ ବୁଝାଇଥିଲେ । ଏହି ଅଭିଯାନରେ ବହୁସଂଖ୍ୟାରେ ବସ୍ତିବାସି ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

ରିପୋର୍ଟ : ସସ୍ମିତା ପ୍ରଧାନ

Leave a Reply

Your email address will not be published. Required fields are marked *