

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହାଇଦ୍ରାବାଦ ଠାରେ ଅତି ନିକଟରେ ଘଟିଥିବା ଏକ ଅମାନବିୟ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ପଶୁ ଡାକ୍ତର ପ୍ରିୟଙ୍କା ରେଡିଙ୍କୁ ସାହାଯ୍ୟ କରିବା ଛଳରେ ଚାରି ଜଣ ରାକ୍ଷସ ପଶବିକତାର ଶିକାର ହୋଇ ତାଙ୍କୁ ଗଣ ଧର୍ଷଣ କରି ସାରିବା ପରେ ଜିଅନ୍ତା ଜାଳି ଦେଇଥିଲେ । ସତରେ ଏହି ଅଭାବନିୟ ଘଟଣାଟି ମାନବ ସମାଜର ମାନବିକତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସେଥିପାଇଁ ଏହି ଘଟଣାଟିରେ ପ୍ରଭାବିତ ହୋଇ ଆଜି ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ଠାରେ ପ୍ରିୟଙ୍କା ରେଡିଙ୍କ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅମର ଆତ୍ମାର ସଦଗତି ଓ ଅପରାଧୀମାନଙ୍କୁ ଫାଶୀ ଦଣ୍ଡ ମିଳିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦେଶ୍ୟ ଥିଲା । ଏହି ରାଲି ରାଜନହରରୁ ବାହାରି ମାର୍କେଟ ଦେଇ କଲେଜ ଛକ ଠାରେ ଶେଷ ହୋଇଥିଲା । ଏଥିରେ ମିନାକୁମାରି ଟହଲ, ମିନାଖୀ ସାହୁ, ତନୁଜା ଶତପଥୀ ସହ ଶତାଧିକ ମହିଳା ଓ ପୁରୁଷ ଯୋଗଦାନ ଦେଇ ପବିତ୍ର ଆତ୍ମାର ମୁକ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
