ଛତ୍ରପୁର (ସମୃଦ୍ଧ ଓଡିଶା) ହାଇଦ୍ରାବାଦ ସିସଟ୍ ସଲୁସନ କମ୍ପାନୀ ପକ୍ଷରୁ ସାମୃଦ୍ରିକ ଝଡ଼ ‘ଫନି’ ବାତ୍ୟାରେ ପ୍ରଭାବିତ ଲୋକଙ୍କ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । କମ୍ପାନୀ ମାଲିକ ଚିକିଟି ବିଧାୟିକା ଉଷାଦେବୀଙ୍କ ପୁଅ ଚିନ୍ମମୟାନନ୍ଦ ରୁପଦେବ ଗତକାଲି ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ୬ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ପ୍ରଦାନ ବେଳେ ଚିକିଟି ବିଧାୟିକା ଉଷାଦେବୀଙ୍କ ପ୍ରତିନିଧି ବି.କିଷ୍ଣା ମୃର୍ତ୍ତୀ, ପ୍ରଶାନ୍ତ ପଣ୍ଡା, ପ୍ରଦୀପ ପାଣି ଓ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିିତ ଥିଲେ । ବାତ୍ୟା ପ୍ରଭାବିତଙ୍କୁ ସହାୟତା କରିବା ପାଇଁ ଜିଲାପାଳ ଜିଲାବାସୀଙ୍କୁ ନିବେଦନ କରିଥିବାରୁ ବିଭିନ୍ନ ସଂଗଠନ, ସରାକାରୀ ଓ ବେସରକରୀ କର୍ମଚାରୀଙ୍କ ପକ୍ଷରୁ ସହାୟତା ମିଳିବାରେ ଲାଗିଛି । ଏଥିପାଇଁ ଜିଲାପାଳ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା