ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଗ୍ରାମରେ ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ଖୋଲା ଯାଇଥିବା ମାଣ୍ଡିଆ ମଣ୍ଡିକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ବହୁଳ ଭାବେ ମାଣ୍ଡିଆ ଚାଷ ହେଉଥିବା ବେଳେ ସରକାରୀ ଦରରେ ଉଚିତ ମୂଲ୍ୟରେ ଚାଷୀ ମାଣ୍ଡିଆ ବିକ୍ରୀ କରିବା ପାଇଁ ହାତୀଓଟ ସମେତ ପାଣ୍ଡିରିପଡ଼ା, ଗୋଛାବାଡ଼ି ଓ ବାଲି ଛାଇରେ ମଧ୍ୟ ମଣ୍ଡି ଖୋଲା ଯିବାର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ କୃଷି ଅଧିକାରୀ ଅର୍ଜୁନ ଚରଣ ସାହୁ ଯୋଗଦେଇ ମାଣ୍ଡିଆ ଏକ ପୃଷ୍ଟିକର ଓ ଉପକାରୀ ଖାଦ୍ୟ ଫସଲ ହୋଇ ଥିବା ବେଳେ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ମାଣ୍ଡିଆ ଚାଷ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ କେବଳ ପୋଲସରା ବ୍ଲକରୁ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇପାରିବ ବୋଲି ଆଶା ରଖା ଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ଉନ୍ନୟନ ନିଗମର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ, ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ”ର ନିର୍ଦ୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା ଓ ବହୁ ଚାଷୀ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ବ୍ଲକ ପ୍ରକଳ୍ପ ସଂଯୋଜକ ପ୍ରବୀଣ ରାଉତ ଶଙ୍କର ବେହେରା ଓ ଗୋଷ୍ଟି ସଙ୍ଗଠକ ସଞ୍ଜୟ ସାହୁ, ଜୟ ଗୌଡ଼, ରଶ୍ମିତା ବେହେରା ଓ ଗୋଲକ ଗାହନ ସହଯୋଗ କରିଥିଲେ |