ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସିତ ଅଂଚଳରେ ଥିବା ହାତୀଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ନାରାୟଣ ମାରାଣ୍ଡି (୫୦)ଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ କେବଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ସ୍ଥାନୀୟ ଜନସାଧାରଣ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ଘର ଭରମପୁର ଗାଁରେ ଆଜି ଦିନ ୧୧ଟା ବେଳେ ହଠାତ୍ ରକ୍ତବାନ୍ତି ହେବା ସହିତ ମୃତ୍ୟୁ ଘଟିଥିଲା । ସେହିପରି ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀଭାବେ କାର୍ଯ୍ୟରତ ଭାରତୀ ଟୁଡି (୩୩)ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତାଙ୍କ ଘର କୁଚୁବାରିଆ ଗାଁରେ ବୋଲି ଜଣାଯାଇଛି । ଗତ ରାତିରେ ସେ ଗରୁତର ହେବାରୁ ଚିକିତ୍ସାଲାଗି ବାଲେଶ୍ୱର ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏ ସଂର୍ପକରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ୨କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ନାରାୟଣ ମାରାଣ୍ଡି ଗତ କିଛିଦିନ ଧରି ଅନ୍ତନାଳୀ ଜନିତ ରୋଗରେ ଏବଂ ଭାରତୀ ଟୁଡୁ କିଛିଦିନ ଧରି କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା