

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ରାଇବଣିଆ ଅଂଚଳକୁ ବାରମ୍ବାର ହାତୀ ଆସି ତାଣ୍ଡବଲିଳା ଘଟାଉଥିବାରୁ ଆଦିବାସୀ ଅଧ୍ୟୁସିତ ଅଧିବାସୀ ମାନେ ହାତୀ ଦାଉରୁ ରକ୍ଷା ପାଇବା କିମ୍ବା ହାତୀ ଘଉଡାଇବାର ସ୍ଥାୟୀ ପ୍ରତିକାର କରିବା ପାଇଁ କତ୍ତୃପକ୍ଷଙ୍କୁ ଏକ ଲିଖିତ ଗୁହାରି ଜଣାଇଛନ୍ତି । ନଚେତ୍ ସେମାନଙ୍କୁ ଏହି ଅଂଚଳରୁ ଉଦ୍ବାସ୍ତୁ କରାଯାଇ ଅନ୍ୟ ସୁରକ୍ଷିତ ସ୍ଥାନରେ ବସତି ସ୍ଥାପନ କରିବାର ବ୍ୟବସ୍ଥା କରାଯିବାକୁ ଦାବି ଜଣାଇଛନ୍ତି । ଜଳେଶ୍ୱର ଫରେଷ୍ଟ ରେଞ୍ଜ କର୍ମଚାରୀମାନଙ୍କ ବାରମ୍ବାର ଚେଷ୍ଟା ସତ୍ୱେ ରାଇବଣିଆ ଅଂଚଳରୁ ହାତୀପଲ ଯାଉନଥିବାରୁ ପ୍ରତ୍ୟେକ ଦିନ ନାହିଁନଥିବା କ୍ଷତି ଘଟାଉଛନ୍ତି । ଗତ ୧୫ ଦିନ ଧରି ଶିମିଳିପାଳର ୧୨ଟି ହାତୀ ଅଭୁତ କ୍ଷତି ଘଟାଇଚାଲିଥିବା ବେଳେ ଗତ ୧୧ତାରିଖ ବନବିଭାଗ କର୍ମଚାରୀ ଓ ହାତୀ ସୁରକ୍ଷା ବାହିନୀ ତଥା ସବୁଜ ବାହିନୀର ପ୍ରଚେଷ୍ଟା ପରେ ଜମ୍ଭିରାପାଳଠାରେ ପଶ୍ଚିମବଂଗକୁ ଘଉଡାଇବାର ମାତ୍ର ୧ଦିନ ପରେ ୧୨ତାରିଖ ରାତିରେ ଏହି ହାତୀପଲ ଶ୍ୟାମନଗର ପଂଚାୟତର ବିଭିନ୍ନ ଗ୍ରାମରେ ତାଣ୍ଡବଲିତା ଚଳାଇଛନ୍ତି । ଘଟଣାରୁ ପ୍ରକାଶ ଗତ ରାତିରେ ଧାନଘେରା ଗ୍ରାମର ସୂର୍ଯ୍ୟ ହେମ୍ବ୍ରମ, ସୀତାରାମ ଟୁଡୁ, ବାଢା ହାଁସଦାଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହା ବ୍ୟତିତର ଆଜି ଦିନ ତମାମ ଧାନଜମିରେ ପଶି ପାଚିଲାଧାନ ଖାଇବା ସହିତ ପାଦରେ ଦଳିଚକଟି ନଷ୍ଟ କରିଛନ୍ତି । ଜଗତ୍ ହେମ୍ବ୍ରମ, ଲକ୍ଷ୍ମଣ ହେମ୍ବ୍ର, ଚୈତନ ଟୁଡୁ, ବିକ୍ରମ ଟୁଡୁ, ଭରତ ଟୁଡୁ, ସୁରୁ ଟୁଡୁ, ଶିବୁ ହେମ୍ବ୍ରମ, ବାଢା ହାଁସଦା, କୁଆଁର ହେମ୍ବ୍ରମ, ମୁଗାୟ ଟୁଡୁ, ମୁଗାଇ ହାଁସଦ, କୁନୁ ହେମ୍ଭ୍ରମ, ଧିରେନ୍ ମାର୍ଣ୍ଣ, ଜାନୁ ଟାଡୁ, ରାଜ ଟୁଡୁ ପ୍ରମୁଖଙ୍କ ଏକର ଏକର ଜମିରେ ହାତୀପଲ ଧାନଚାଷ ନଷ୍ଟ କରିଥିବାର ଲିଖିତଭାବେ ବାଲେଶ୍ୱର ଜିଲାପାଳ, ଡିଏଫଓ, ମୁଖ୍ୟ କନ୍ଜରଭେଟର, ଶ୍ୟାମନଗର ସରପଂଚ ସସ୍ମିତା ପାତ୍ର, ସମିତି ସଦସ୍ୟ ଲଛମନ ପାତ୍ର, ସୁରେଶ ମହାନ୍ତି, ଗିରିଜା ସାସମଲ, ଚନ୍ଦନ ପାତ୍ର, ବିକ୍ରମ ଟୁଡୁ, ରଘୁନାଥ ଟୁଡୁ, ସରେନ୍ ଟୁଡୁ ପ୍ରମୁଖ ନେତୃବୃନ୍ଦଙ୍କୁ ଲିଖିତଭାବେ ସ୍ଥାୟୀ ପ୍ରତିକାର ପାଇଁ ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା