

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗରିବ ତଥା ଆବଶ୍ୟକ କରୁଥିବା କୈାଣସି ବ୍ୟକ୍ତି ଆଉ ଭୋକରେ ରହିବେ ନାହିଁ । ଏଥିପାଇଁ ପାରଳାଖେମୁଣ୍ଡିରେ ପ୍ରତିଷ୍ଠା ହୋଇଛି ହାପି ଫ୍ରିଜ୍ । ସାଧାରଣ ଲୋକେ କିମ୍ବା ଭୋଜି ଭାତର ବଳକା ଖାଦ୍ୟକୁ ନଷ୍ଟନକରି ଏହି ହାପି ଫ୍ରିଜରେ ରଖିପାରିବେ । ଫଳରେ ଖାଦ୍ୟ ଆବଶ୍ୟକ କରୁଥିବା ଲୋକେ ଏଥିରୁ ଖାଦ୍ୟ ଗ୍ରହଣ କରିପାରିବେ । ଏଭଳି ମହତ ଉଦ୍ଧେଶ୍ୟ ନେଇ ହାପି ଫ୍ରିଜ୍ ପ୍ରତିଷ୍ଠା କରିଛନ୍ତି ଗଜପତି ଏସପି ସାରା ଶର୍ମା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ହାପି ଫ୍ରିଜ୍ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳା ବିଧାୟକ କେ ନାରାୟଣ ରାଓ ଉନ୍ମୋଚନ କରିଥିଲେ । ହାପି ଫ୍ରିଜ୍ ପ୍ରତିଷ୍ଠା ହେବା ଫଳରେ ନିକଟସ୍ଥ କୃଷ୍ଣାଶ୍ରମ ଅନ୍ତେବାସୀ ଏହି ଫ୍ରିଜ୍ ରୁ ଖାଦ୍ୟ ଗ୍ରହଣ କରିବା ଦେଖି ବାକୁ ମିଳିଛି । ରାଜଧାନୀ ପରେ ପାରଳାଖେମୁଣ୍ଡିରେ ହାପି ଫ୍ରିଜ୍ ପ୍ରତିଷ୍ଠା କରାଯାଇଛି । ଗଜପତି ପୋଲିସ ଏହାର ତଦାରଖ କରିବ ବୋଲି ଏସପି ସାରା ଶର୍ମା କହିଛନ୍ତି । ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଏସପି ସାରା ଶର୍ମା ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରି ପୁଣି ପ୍ରଶଂସା ସାଉଟିଛନ୍ତି ।
ରିପୋର୍ଟ – କୃଷ୍ଣ କୁମାର ବେହେରା
