ହିଞ୍ଜିଳିକାଟୁରେ ଆହାର ରୋଷେଇ ଶାଳ ଉଦଘାଟିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ପୌରହିତ୍ୟରେ ଏକ ନୂତନ ଆହାର ରୋଷେଇ ଶାଳ ଉଦଘାଟିତ ହୋଇଯାଇଛି l ଏହାକୁ ଉଦଘାଟନ କରିଥିଲେ ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ l ଉଦଘାଟନ କରି ଏସ.ହେଚ୍.ଜି ଗ୍ରୁପ୍ ର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଅଧକ୍ଷ ସୁବାଷ ପଲେଇ l କିପରି ଲୋକଙ୍କୁ ସୁସ୍ୱାଦ ଖାଦ୍ୟ ଖାଇବାକୁ ମିଳିବ ସେଥି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ଏହାପରେ ପ୍ରତି ଦିନ ଏଠାରେ ୫୦୦ ଲୋକ ଖାଇବା ପ୍ରସ୍ତୁତ ହେବ l ଏହିପରି ଭାବେ ଏସ ହେଚ ଜି ର ମହିଳା ମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏଥିରେ ସହଯୋଗ କରିଛନ୍ତି ପୌର ପରିଷଦ ର ଉପାଧକ୍ଷା ସୁଚିତ୍ରା ପଣ୍ଡା ଏବଂ ପୌର ପରିଷଦ ର ସମସ୍ତ କର୍ମଚାରୀ ଓ ୱାଡ ମେମ୍ବର୍ l ସେହିପରି ଭବେ ଉପସ୍ଥିତ ଥିଲେ ବି ଜେ ଡି ରାଜ୍ଯ ସଂପାଦକ ଦେବାନନ୍ଦ ମହାପାତ୍ର, ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ଓ ରାଜ୍ଯ ମୋ ପରିବାର ର ସମ୍ପାଦକ ନୀଳମଣି ପଟ୍ଟନାୟକ, ପୂର୍ବତନ ଚେୟାରମେନ୍ ଶିବରାମ ଗୌଡ଼, ପ୍ରଦୀପ ପଣ୍ଡା, କିରଣ ପଟ୍ଟନାୟକ, ବିମଳ ପଣ୍ଡା ଏବଂ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ l
ରିପୋର୍ଟ୍: ରଜତ ପଟ୍ଟନାୟକ