

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବଇଁଚବଣିଆ ମୁଖ୍ୟରାସ୍ତା କଡ଼ରେ ୭ଟି ଗାଈ ଶୋଇଥିବା ବେଳେ ଗୁରୁବାର ଭୋରରୁ ଟ୍ରକ ନମ୍ବର(ଏପି୨୪ଟିବି- ୦୩୪୭) ବ୍ରହ୍ମପୁର ଠାରୁ ଆସ୍କା ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ୬ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ହିଞ୍ଜିଳିକାଟୁ ସହରରେ ଅନେକ ବ୍ୟକ୍ତି ଗୋପାଳନ କରି ଗାଈ ଠାରୁ କ୍ଷୀର ଉପାଦାନ କରି ଗାଈକୁ ଅବାଧରେ ରାସ୍ତାକୁ ଛାଡ଼ି ଦିଅନ୍ତି । ଅନ୍ୟ ଦୃଷ୍ଟିରୁ କହିବାକୁ ଗଲେ ପୌର ପରିଷଦ ପକ୍ଷରୁ ଅବାଧରେ ଗାଈ ଛାଡୁଥିବା ଗୋପାଳକଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଗାଈ ମାଲିକମାନେ ଆଜାଦରେ ରହୁଛନ୍ତି । ରାସ୍ତା କଡ଼ରେ ଗାଈମାନେ ଶୋଇଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଏଥିପ୍ରତି ପୌର ପରିଷଦ ଦୃଷ୍ଟି ଦେଉନାହିଁ ଯାହା ଫଳରେ ଆଜି ଏତେ ବଡ଼ ଅଘଟଣ ଘଟିଯାଇଛି । ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଗାଡ଼ି ନେଇ ଦୃତ ଗତିରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଡିଟି ପିତଳ ଛକ ଠାରେ ଆଗ ଟାୟାର ଫାଟି ଯିବା ଯୋଗୁଁ ଟ୍ରକରେ ଟାୟାର ବଦଳ କରୁଥିବା ସମୟରେ ପୋଲିସ ସଂପୃକ୍ତ ଗାଡ଼ିକୁ ପିଛା କରୁଥିବା ବେଳେ ପିତଳ ଛକ ନିକଟରେ ଗାଡ଼ିକୁ ଦେଖି ସନ୍ଦେହରେ ଡ୍ରାଇଭରକୁ ଦେଖି ପଚରା ଉଚରା ବେଳେ ଡ୍ରାଇଭର ସତ ମାନିଥିଲା ଘଟଣା ସ୍ଥଳରୁ ଗାଡ଼ିକୁ ଜବତ କରିବା ସହ ଏନେଇ ହିଞ୍ଜିଳି ଥାନା କେଶ ନଂ- ୧୮୧ରେ ଏକ ମାମଲା ରୁଜୁ କରି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ପୌରାଂଚଳରେ କାଂଜିଆହୁଦା ବ୍ୟବସ୍ଥା ନଥିବାରୁ ଗାଈ ଗୋରୁଗୁଡ଼ିକ ସହରର ବିଭିନ୍ନ ଛକ ସ୍ଥାନମାନଙ୍କରେ ଅବାଧ ବୁଲୁଥିବା ପରିଲକ୍ଷିତ ହେଉଛି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଯଥାଶୀଘ୍ର କାଂଜିଆହୁଦା କାମ ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

