
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଅଧିନ ସାରୁ ଛକ ନିକବର୍ତ୍ତୀ ଏଚପି ପେଟ୍ରୋଲ ପମ୍ପ ସାମନାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକତ୍ସିତ ହେଉଥିବା ଜଣାପଡିଛି। ମୃତ ଯୁବକ ଜଣକ ହିଞ୍ଜିଳିକାଟୁର ରୋଷନ ବେହେରା (୨୩ବର୍ଷ) ବୋଲି ଜଣାପଡିଛି। ଖବର ମୁତାବକ ରୋସନ ଓ ହିଞ୍ଜିଳିକାଟୁ ରଜାସାହି ଛକର ମନୋଜ ଦାସ (୨୫ବର୍ଷ) ଏକ ସ୍କୁଟି (ଓଡି ୦୭ ଏଇ ୭୬୧୮)ରେ ଉକ୍ତ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ବାହାରକୁ ଯାଉଥିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ (ଓଆର ୦୨ ଏଏନ୍ ୬୪୦୨) ସହିତ ଧକା ହୋଇଥିଲା। ଘଟଣା ସ୍ଥଳରେ ରୋସନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇ ଦୁର୍ଘଟଣା ଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରିଥିବା ସୂଚନା ରହିଛି।
ରିପୋର୍ଟ : ରଜତ ପଟ୍ଟନାୟକ

