

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ସାରା ରାଜ୍ୟରେ ପ୍ରତ୍ୟେକ ଓକିଲ ସଂଘ ତାଙ୍କ କର୍ମକର୍ତା ନିର୍ବାଚନ କରୁଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରତେକ ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁରେ ମଧ୍ୟ ଓକିଲ ସଂଘ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିନା ଦ୍ଵନ୍ଦରେ ସର୍ବ ମତ ବିନିମୟରେ ସଭାପତି ଭାବେ ମୁକ୍ତିରାମ ସାବତ ଏବଂ ସମ୍ପାଦକ ଭାବେ ଶାନ୍ତୁନ କୁମାର ପୋଲାଇ ନିର୍ବାଚିତ ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜଗତ ରାମ ସାହୁ ଉପସଭାପତି ଓ ସାଧାରଣ ସମ୍ପାଦକ ଭାବେ ଜିତେନ ପ୍ରହରାଜ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ଚିତ୍ତରଞ୍ଜନ ମହାରଣା ଦାୟିତ୍ୱ ନିର୍ବାହ କରିଥିଲେ । ଏହି ନିର୍ବାଚନରେ ହିଞ୍ଜିଳି ଆଇନଜୀବୀ ସଂଘର ସମସ୍ତ ବରିଷ୍ଠ ଆଇନଜୀବୀ ଓ ହିଞ୍ଜିଳି ବାର ସମସ୍ତ କର୍ମକର୍ତ୍ତା ଓ ଆଞ୍ଚଳିକ ସମସ୍ତ ଓ ଓକିଲ ଉପସ୍ଥିତ ଥିଲେ ।
ରିପୋର୍ଟ:- ରଜତ ପଟ୍ଟନାୟକ
