ହିଞ୍ଜିଳି ବିଜେପି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳିକାଟୁ ପୌର ପରିଷଦର ରଜା ସାହି ଠାରେ ଅବସ୍ଥିତ କଳିଙ୍ଗ ବୈଶ୍ୟ ଭବନ ବା କୁମୁଟି ବସା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହଯୋଗରେ ଏହି ଚକ୍ଷୁ ପରୀକ୍ଷଣ କରାଯାଇଥିଲା। ଉକ୍ତ ଶିବିର କୁ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲା ସାଙ୍ଗଠନିକ ଉପସଭାପତି ମାଧବ ଗଉଡ, ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଯୁବମୋର୍ଚ୍ଚା ସଭାପତି ନୀତେଶ ପଣ୍ଡା, କଞ୍ଚୁରୁ ମଣ୍ଡଳ ସଭାପତି ଏନ୍. କେଶବ, ମଣ୍ଡଳ ସମ୍ପାଦକ ଇ. ଅନ୍ତର୍ଯ୍ୟାମୀ ପାତ୍ର, ରାମକୃଷ୍ଣ ମହାକୁଡ଼, ରିନ୍ତୁ ପ୍ରଧାନ ଓ ସୀମାଞ୍ଚଳ ସାହୁ ଙ୍କ ସମେତ ବହୁ ବିଜେପି କାର୍ଯ୍ଯ କର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ସମୁଦାୟ ୧୦୩ ଜଣ ବ୍ୟକ୍ତି ଚକ୍ଷୁ ପରୀକ୍ଷା କରିଥିବାବେଳେ ୪୧ ଜଣଙ୍କ ପରଳ ଚିହ୍ନଟ ହୋଇଥିଲା ସେଥିମଧ୍ୟରୁ ୩୦ ଜଣଙ୍କୁ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା କରିବା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଇ. କାମେଶ୍ୱରୀ, ପ୍ରମିତା ରାଣୀ ଗୌଡ଼, ଏନ୍. ଉମା ମହେଶ୍ୱରୀ, ଜସ୍ମିନ ବିଷେଇ, ନଳିନୀ ମହାରଣା, ଏନ୍. ମୁନା ପରୀକ୍ଷା ଶିବିର କୁ ପରିଚାଳନା କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ