ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିସରରେ ବେଗୁନିଆପଡା ଓ ଖଲ୍ଲିକୋଟ ବ୍ଲକର ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟବକ୍ତା ଭାବେ ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭାର ସଭାପତି ପ୍ରଫୁଲ୍ଲ କୁମାର ରଥ, ସ୍ଵତନ୍ତ୍ର ଅତିଥି ଭାବେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ସହକାରୀ ଯନ୍ତ୍ରୀ, ସାଲା ସଂଗୀତା ଟୁଡୁ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ପିଇଓ ସୁଦୁରୁ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପ୍ର ଚରଣ ସାହୁ, ବରିଷ୍ଠ କମ୍ୟୁନିଷ୍ଟ ନେତା ରଙ୍କନାଥ ସ୍ଵାଇଁ, ରାଜୁ ଗୋପାଳ ରାଓ, ବନମାଳୀ ପାଣିଗ୍ରାହୀ ସମେତ ହିନ୍ଦୀ ଶିକ୍ଷକ ସଂଘ ସଭାପତି ଦିନବନ୍ଧୁ ସ୍ଵାଇଁ, ରାଜେନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ପଣ୍ଡା ସମେତ ବିଭିନ୍ନ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ମାନେ ହିନ୍ଦୀ ଭାଷାର ମହତ୍ତ୍ଵ ଏବଂ ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏହାସହ ହିନ୍ଦୀ ହେଉଛି ଭାରତର ରାଷ୍ଟ୍ରଭାଷା ଏହାର ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ଆମ୍ଭ ସମସ୍ତଙ୍କର ଦାୟିତ୍ଵ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା