ହିନ୍ଦୋଳରେ ମୁଁ ହିରୋ କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ

ଢେଙ୍କାନାଳ (ଶୁଭମ ପାଣି) ହିନ୍ଦୋଳ ବ୍ଲକ ଓ ଏନଏସିର ବିଜୁ ଯୁବବାହିନୀ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ମୁଁ ହିରୋ କାର୍ଯ୍ୟକ୍ରମ ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟରେ ଚାଲୁଅଛି । ଏହି କାର୍ଯ୍ୟକ୍ରମକୁ ବିଧାୟିକା ସୀମାରାଣୀ ନାୟକ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ପ୍ରୀୟ ରଞନ ମାହୁନ୍ତ, ଏନଏସି ଚେୟାରମ୍ୟାନ ରୀନା ବେହେରା, ହିନ୍ଦୋଳ ବିଡିଓ, ଜିଲ୍ଲା କ୍ରୀଡା ଅଧିକାରୀ, ହିନ୍ଦୋଳ କଲେଜର ଅଧ୍ୟକ୍ଷ ଅସିତ କୁମାର ଜେନାମଣୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ବିଜୁ ଯୁବ ବାହିନୀର କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରାମାଚଂଳରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଏବଂ ପ୍ରଦର୍ଶନ କରି ପ୍ରତିଭାବାନଙ୍କୁ ପୁରସ୍କୃତ କରିବା ଏହି ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ମୂଳମନ୍ତ୍ର ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବରୁଣ ସର, ରାଜ୍ୟ ଯୁବ ବିଜେଡି ସଂପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଏନଏସି ସଭାପତି ଗୋବିନ୍ଦ ବେହେରା, ଏମପିଙ୍କ ପ୍ରତିନିଧି ପ୍ରଶାନ୍ତ ସର, ଏନଏସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ପ୍ରଶାନ୍ତ ଦାସ, ପ୍ରଦୋଶ ପାଳ, କିଶାନ ପଟ୍ଟନାୟକ, କେଶବ ସାମଲ ପ୍ରମୂଖ ଉପସ୍ଥିତ ରହିଥିଲେ ।