

ହିନ୍ଦୋଳ(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଚାଲିଛି ବିଜେଡିର ମାରାଥନ ପ୍ରଚାର!ବିଜୁଜନତାଦଳ ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଓ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ଶ୍ରୀ ମହେଶ ସାହୁଙ୍କ ବିଜୟପାଇଁ ବିଜେଡି କାର୍ଯ୍ୟକର୍ତା ଓ କର୍ମୀମାନେ ଜିଜାନ ଲଗେଇ ଘରକୁଘର ବୁଲି ଶଙ୍ଖଚି଼ହ୍ନରେ ଦୁଇଟି ଭୋଟ ଦେବାକୁ ବୁଝାଉଛନ୍ତି!ସେହିପରି ହିନ୍ଦୋଳ ଏନଏସି ରେ ପ୍ରତିଦିନ ପ୍ରତ୍ୟେକ ୱାର୍ଡ ବୁଲି କାର୍ଯ୍ୟକର୍ତା ଓ କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି!ହିନ୍ଦୋଳ ନିର୍ବାଚନ ମଣ୍ଡଳୀ କୋର୍ଡିନେଟର ଅଶୋକ ନାୟକ, ସହ ପର୍ଯ୍ୟବେକ୍ଷକ ସଞ୍ଜୟ ସେଠି ଙ୍କ ତତ୍ୱାବଧାନରେ ପୂର୍ବତନ ହିନ୍ଦୋଳବ୍ଲକ ଉପାଧ୍ୟାକ୍ଷା ଅନୁସୟା ମାହୁନ୍ତ,ବରିଷ୍ଠ ବିଜେଡି ନାରୀନେତ୍ରୀ ସଂଯୁକ୍ତା ବେହେରା,ଢେଙ୍କାନାଳ ଜିଲ୍ଲା ବିଜେଡିସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ବିଜେଡି ଦଳର ମେରୁଦଣ୍ଡ ବ୍ରହ୍ମାନନ୍ଦ ପଟ୍ଟନାୟକ, ପ୍ରଦୀପ ସାମନ୍ତ, ପ୍ରକାଶ ଚନ୍ଦ୍ର ନାୟକ,ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ,ଉପାଧ୍ୟାକ୍ଷା ପ୍ରତିମା ରାଉତ,ପୂର୍ବତନ ଏନଏସି ଅଧ୍ୟକ୍ଷ ଟିମା ବେହେରା,ଯୁବନେତା ଶ୍ରୀକାନ୍ତ ମହାପାତ୍ର, ବରିଷ୍ଠ ଜିଲ୍ଲାଛାତ୍ର ଉପସଭାପତି ଶ୍ରୀକାନ୍ତ ବାରିକ,ବିଧାୟକ ପ୍ରାର୍ଥୀଙ୍କ ନୋମିନି ଗଦାଧର ବାବୁ,ସଂଖ୍ୟାଲଘୁ ସଭାପତି ଅବୁ ବକର,ଯୁବବିଜେଡି ଉପସଭାପତି ବିଜୟ ବେହେରା,ଯୁବନେତା ଶୁଭେନ୍ଦୁ ଦାସ,ବିଜେଡି କର୍ମୀ ରେହେମନ ମହମଦ ପ୍ରମୁଖ ପ୍ରଚାର ମଙ୍ଗ ଧରିଥିବା ବେଳେ ସମସ୍ତ କାଉନସିଲର,ପୂର୍ବତନ କାଉନସିଲର ଓ କର୍ମୀମାନେ ପ୍ରତିଦିନ ଘରକୁ ଘର ବୁଲି ଜନସାଧାରଣଙ୍କୁ ନବୀନ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି ଏବଂ ଜନସାଧାରଣ ମଧ୍ୟ ଅନୁଭବ କରିସାରିଲେଣି ସେମାନଙ୍କ ଉର୍ନ୍ନତି ପଥରେ ନବୀନ ପଟ୍ଟନାୟକ ହିଁ ଏକମାତ୍ର ବିକଳ୍ପ !ବିଜୁଜନତାଦଳ ସପକ୍ଷରେ, ଯୁବ ସାଂସଦ ପ୍ରାର୍ଥୀ ଅବିନାଶ ଓ ବିଧାୟକ ପ୍ରାର୍ଥୀ ମହେଶ ସାହୁଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ବହୁଳ ବୃଦ୍ଧି ପାଇବା ସହ ଉଭୟଙ୍କ ବ୍ୟକ୍ତିତ୍ୱ ପ୍ରତି ଆକୃଷ୍ଟ ହୋଇଛନ୍ତି ଜନତା !ଉଲେଖଯୋଗ୍ୟ ଯେ ହିନ୍ଦୋଳ ଏନଏସି ରେ ହୋଇଥିବା ସମସ୍ତ ପ୍ରକାର ଉର୍ନ୍ନତିମୂଳକ କାର୍ଯ୍ୟ କେବଳ ନବୀନ ସରକାରଙ୍କ ଦ୍ୱାରା ହିଁ ହୋଇପାରିଛି ବୋଲି ପ୍ରତ୍ୟେକ ଭୋଟର ଅନୁଭବ କରିସାରିଥିବାରୁ ଏଠାରେ ବିଜେଡି ପୁରା ସମର୍ଥନ ପାଇବ ବୋଲି ସର୍ବସାଧାରଣରେ ଆଲୋଚନା ଯୋର ଧରିଛି!
ରିପୋର୍ଟ : ରଜତ ମହାପାତ୍ର