ହିନ୍ଦୋଳ(ସମୃଦ୍ଧଓଡିଶା) ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପ ଠାରେ ପ୍ରଜ୍ଞାନ ମିଶନ ଜଗତପୁର କଟକ ଦ୍ଵାରା ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଦୟାନିଧି ଦାସ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ l ବିଭାଗ କ ରେ 3ୟ ରୁ 5ମ,ବିଭାଗ ଖ ରେ 6ଷ୍ଠ, 7ମ, 8ମ ଓ ବିଭାଗ ଗ ରେ 9ମ, 10ମ ଶ୍ରେଣୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଶ୍ରୀମଦ୍ ଭlଗବତ ଗୀତା ଚତୁର୍ଥ ଅଧ୍ୟାୟ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ ଉପରେ ଆଧାରିତ ପ୍ରତିଯୋଗିତା ହୋଇଥିଲା l ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଜୁରିଆକଟା, ସିଦ୍ଧପୀଠ ଉଚ୍ଚ ବିଦ୍ୟାଳୟ thokar, ଖଜୁରିଆକଟା ଉଚ୍ଚ ବିଦ୍ୟାଳୟ, କଳିଙ୍ଗା ପାଳ ଉଚ୍ଚ ବିଦ୍ୟାଳୟ ଓ ସରପା ଶିଶୁ ବିଦ୍ୟା ମନ୍ଦିର ର ମୋଟ 40 ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l କ ବିଭାଗ ରେ ପ୍ରଥମ ପ୍ରୀୟାନ୍ସି ପରମିତା ସାମଲ, ଦୀତ୍ୱିୟ ରାଜଲକ୍ଷ୍ମୀ ବେହେରା, ଶାଶ୍ଵତୀ ଦାସ,ତୃତୀୟ ସାଇଶ୍ରି ଅର୍ଚ୍ଚିତା ସାହୁ,ବିଭାଗ ଖ ରେ ପ୍ରଥମ ସାଇ ସ୍ୱାଗତିକା ବିଶ୍ଵାଳ, ଦ୍ଵିତୀୟ ଦେବାଶିଷ ସାହୁ,ତୃତୀୟ ପ୍ରଜ୍ଞାସ୍ମିତା ମାଝୀ,ବିଭାଗ ଗ ରେ ପ୍ରଥମ କ୍ରିଷ୍ଣା ଦାସ, ଦ୍ଵିତୀୟ ପାୟଲ ନନ୍ଦ , ତୃତୀୟ ଦେବେଶ ମାଝୀ l ପ୍ରତିଯୋଗିତା ପରିଚାଳନା କରିଥଲେ ଭୁବନl ନନ୍ଦ ସାହୁ ଜିଲ୍ଲା ସଂଯୋଜକ ପ୍ରଜ୍ଞା ମିଶନ ଢେ଼ଙ୍କାନାଳ ଓ ସହଯୋଗୀ ଲୀନl ପଟ୍ଟନାୟକ l ବିଚାରକ ଭାବେ ଶ୍ରୀନିବାସ ବେହେରା, ଶୈଳବାଳା ଜେନା,ମଞ୍ଜୁପ୍ରଭା ମିଶ୍ର, ରଞ୍ଜିତା ନାଥ, ଯlଜ୍ଞସେନି ଆଚାର୍ଯ୍ୟ ଦାୟିତ୍ଵ ନିର୍ବାହ କରିଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶଶି ଭୂଷଣ ବେହେରା ଓ ଶିକ୍ଷକ ଅଶ୍ଵିନୀ ପତି ପୁରସ୍କାର ବିତରଣ କରିଥିଲେ l ଆଜି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଆସନ୍ତା ଏକ ତାରିଖ ରେ ଢେ଼ଙ୍କାନାଳ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଜ୍ଞା ମିଶନ କଟକ ତରଫରୁ ସୂଚନା ରହିଛି I
ରିପୋର୍ଟ : ରଜତ ମହାପାତ୍ର