ହିନ୍ଦୋଳ ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀର ସର୍ବପୁରାତନ ପଞ୍ଜିକୃତ ହିନ୍ଦୋଳ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ଆଜି ସାତମାଇଲସ୍ଥିତ ଡାକବଙ୍ଗାଳାରେ ଅନୁଷ୍ଠିତ ହୋଇଯାଇଛି!ଆଜିର ବୈଠକରେ ବହୂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟରେ ଆଗାମୀ ସାମ୍ବାଦିକ ଦିବସ ପାଳନ ନିମନ୍ତେ ଚୂଡାନ୍ତ ନିଷ୍ପତି ନିଆଯିବା ସହ ଯାକଜମକରେ ପାଳନ ପାଇଁ ନିଷ୍ପତି ହୋଇଥିଲା!ଏଥିରେ ହିନ୍ଦୋଳପାଇଁ ବିଭିନ୍ନ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଥିବା, ସହିଦ ଙ୍କ ପରିବାର ସମେତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମାଜକଲ୍ୟାଣରେ ବ୍ରତୀଥିବା ବ୍ୟକ୍ତିଙ୍କୁ ସନମାନିତ କରାଯିବାକୁ ସମସ୍ତ ସଦସ୍ୟ ପରାମର୍ଶ ଦେଇଥିଲେ!ସେହିପରି ସଂଘର ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘରେ ଯୋଗଦେଇଥିବା ହିନ୍ଦୋଳର ଅନ୍ୟତମ ସାମ୍ବାଦିକ ଗୌତମ କୁମାର ମୁଦୁଲିଙ୍କୁ ସ୍ୱାଗତଜଣାଇ ଉପଢୌକନ ଦେଇ ସଂଘରେ ସାମିଲ କରାଯାଇଥିଲା!ଆଜିର ବୈଠକରେ ସଂଘର ସଭାପତି ସୁଶାନ୍ତ ପତି ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ବିବରଣୀପାଠ ସହ ସଂଘର କାର୍ଯ୍ୟସୁଚି ପ୍ରଦାନ କରିଥିଲେ!କୋଷାଧକ୍ଷ ରବିନାରାୟଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦା ପଟ୍ଟନାୟକ, ବିଶ୍ୱେଶର ସେଠି,ଦୀପ୍ତିକାନ୍ତ ପଟ୍ଟନାୟକ, ଦୁଷ୍ମନ୍ତ ମିଶ୍ର, ପ୍ରକାଶ ନାୟକ,ସରୋଜ ଭୁତିଆ,ସୁକାନ୍ତ ସର, ତପନ ପରିଡ଼ା, ସୁମନ୍ତ ଦେହୁରୀ, ହେମନ୍ତ ପ୍ରଧାନ, ସରୋଜ ମିଶ୍ର, ପ୍ରଭାତ ପୃଷ୍ଟି, ଜଗନ୍ନାଥ ଦାସ, ସୌଭାଗ୍ୟ ସର, ପ୍ରଶାନ୍ତ ଜେନାମଣି ପ୍ରମୁଖ ଯୋଗଦେଇଥିଲେ I 

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *