ହିନ୍ଦ ମଜଦୁର ସଭା ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୁଣା ବ୍ରହ୍ମପୁର ଆଦର୍ଶ ମାର୍ଗରେ ହିନ୍ଦ ମଜଦୁର ସଭା ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜନ୍ମ ଜୟନ୍ତୀ ବରିଷ୍ଠ ଶିକ୍ଷାବିତ୍ ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ବଦ୍ରି ପ୍ରସାଦ ପାତ୍ର ଦୀପ ପ୍ରଜ୍ବଳନ କରି ବାଜପେୟୀଙ୍କ ନୀତି ଆଦର୍ଶ ବିଷୟରେ କହିଥିଲେ । ବକ୍ତା ଭାବେ ହିନ୍ଦ ମଜଦୁର ସଭାର ସଂଯୋଜକ ସତ୍ୟ ନାରାୟଣ ତ୍ରିପାଠୀ ବାଜପେୟୀଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଭାରତବର୍ଷକୁ ଯୋଡିବା ପାଇଁ ସ୍ୱର୍ଣ୍ଣ ଚତୁର୍ଭୁଜ ଜାତୀୟ ରାଜପଥ ଏହିଭଳି ଅନେକ ଯୋଜନା କରିବା ସହ ଶ୍ରମିକ ମାନଙ୍କ କଲ୍ୟାଣ ବୋର୍ଡ଼ ଗଠନ କରିଥିଲେ । ଯାହା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ରୂପେ ଲୋକମାନଙ୍କୁ ବିଭିନ୍ନ ସାମାଜିକ ସହାୟତା ଯଥା ଶିକ୍ଷା ସହାୟତା, ଵିଵାହ ସହାୟତା, ଦୁର୍ଘଟଣା ଜନିତ ସହାୟତା, ସାଇକେଲ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ପେନସନ ସହାୟତ ରୁପରେ ଅର୍ଥ ପ୍ରଦାନ କରାଯାଉଛି । ଭାରତରତ୍ନ ବାଜପେୟୀ ଏକା ଧାରରେ ଜଣେ କବି, ସାମ୍ବାଦିକ, ଦକ୍ଷ ରାଜନେତା ଥିଲେ । ତାଙ୍କ ଭଳି ଯୁଗଜନ୍ମା ପୁରୁଷଙ୍କ ଶାସନକୁ ରାମରାଜ୍ୟ ଶାସନ ବୋଲି କୁହାଯାଏ । ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ମହାନ୍ତି, ନରସିଂହ ପଣ୍ଡିତ, ଅଜିତ ହୋତା, ସନ୍ତୋଷ କୁମାର ତ୍ରିପାଠୀ, ସୁରେଶ କୁମାର ସାହୁ, କୋମଳ ପତ୍ର, ନରସିଂହ ଦକୁଆ, ନିରଞ୍ଜନ ଦାସ, ସଂଦେଶ ଦାସନ୍କ ସମେତ ନିର୍ମାଣ ଶ୍ରମିକମାନେ ଯୋଗଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା