ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାସିଆଖାଲି ଗ୍ରାମ ପଞ୍ଚାୟତର କୃପାସିନ୍ଧୁପୁର ଶାସନ ଗ୍ରାମର ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ତଥା ବର୍ତ୍ତମାନ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପାଢ଼ୀ ଭୁବନେଶ୍ୱର ଏକ ଘୋରାଇ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟି ଯାଇଛି । ଏହି ଦୁଃଖ ଖବର ପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଦିଗପହଣ୍ଡି ବିଧାୟକ ତଥା ବିଧାନସଭା ବାଚଷ୍ପତି ଡାକ୍ତର ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଜୀବନ ବିନ୍ଦୁ ସଂଯଜକ ସୁବାଷ ମହାରଣା, ଜଗନ୍ନାଥ ସାବତ, ସୁକାନ୍ତ ତ୍ରିପାଠୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, କାଁହୁ ପାତ୍ର, କୈଳାଶ ରଣା, ପି. ଆଶା ରାଣୀ ଓ ବିଜୁ ପରିବାରର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା