ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟ ଓ ମାସ୍କ ବଣ୍ଟନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୁବନେଶ୍ୱର ଠାରୁ ଦୂରରେ ଥିବା ଡେରାସ ପାଖରେ ଥିବା ଦୁଇଟି ଆଦିବାସୀ ଗାଁ’ରେ ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୧୫୦ଟି ପରିବାରକୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ଏଥିରେ ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ ସହ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ । କରୋନା ଭୁତାଣୁ ସଂକ୍ରମଣର ପ୍ରତିହତ ପାଇ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ ଘରୁ କୌଣସି ବ୍ୟକ୍ତି ବାହାରକୁ ବାହାରି ନ ପାରିବାରୁ ଉପାର୍ଜନ ଅକ୍ଷମ ହୋଇ ଘରେ ବସି ରହିବା ଫଳରେ ଖାଦ୍ୟର ଅଭାବ ଦେଖାଦେଇଥାଏ । ସେଥିପାଇଁ ଗରିବ ଅସହାୟ ଲୋକମାନେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିବା ଖବର ପାଇ ସେଠାରେ ଏହି ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ ସମ୍ବାଦ ଦୁନିଆ ପରିବାର ସହ ମିଶି ବିଭିନ୍ନ ଶୁଖିଲା ଖାଦ୍ୟ ଓ ମାକ୍ସ ଆଦିବାସୀ ଲୋକଙ୍କୁ ବଣ୍ଟନ କରିଥିଲେ । ଆଗକୁ ମଧ୍ୟ କୁନି କୁନି ପିଲା ଓ ବୃଦ୍ଧ ଲୋକଙ୍କ ପାଇଁ ଏହିଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ ।

ରିପୋର୍ଟ : ଅକ୍ଷୟ ପଟ୍ଟନାୟକ

One thought on “ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟ ଓ ମାସ୍କ ବଣ୍ଟନ…

Comments are closed.