ୟୁନିଟ-୩, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଗଣେଶ ପୂଜା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱର ୟୁନିଟ -୩ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଶ୍ରୀ ଗଣେଶ ପୂଜା ପାଳିତ ହୋଇଯାଇଛି ।ଗରୀମାମୟ ପବିତ୍ର ଶ୍ରୀ ଗଣେଶ ପୂଜା ପାଳନ ଅବସରରେ ସକାଳ ୭ ଟା ରୁ ୮ ଟା ୩୦ ମି. ପର୍ଯ୍ୟନ୍ତ ବେଦ ମନ୍ତ୍ର ଧ୍ଵନୀ ସହ ଅର୍ଚ୍ଚନା କାର୍ଯ୍ୟ କ୍ରମ କରାଯାଇ ବିଦ୍ୟା ଦାତା ପ୍ରଭୂ ଶ୍ରୀ ଗଣପତିଙ୍କୁ ଆବାହନ କରାଯାଇ ଥିଲା। ଏହି ଅର୍ଚ୍ଚନା କାର୍ଯ୍ୟ କ୍ରମ ରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ଚଳିତ ବର୍ଷ ଦୀପଦାନ ମଣ୍ଡପ ବ୍ୟବସ୍ଥା ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମ କରାଯାଇ ଥିଲା। ଏଥିରେ ସମସ୍ତ ଛାତ୍ର ଛାତ୍ରୀ ପ୍ରଭୂ ଶ୍ରୀ ଗଣପତୀଙ୍କୁ ସାମୁହିକ ଦୀପଦାନ ଅର୍ପଣ କାର୍ଯ୍ୟକ୍ରମ କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ଉପସ୍ଥିତ ଅଭିଭାବକ ମଣ୍ଡଳୀ ଭୂରି ଭୂରି ପ୍ରଶଂସା କରିବା ସହ ଅର୍ପଣ କାର୍ଯ୍ୟ କ୍ରମ କୁ ଉପ ଭୋଗ କରି ଥିଲେ। ବିଦ୍ୟାଳୟର କୁନି କୁନି କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଭଜନ ପରିବେଶଣ ସମାରୋହ କରାଯାଇ ଥିଲା।
ଉକ୍ତ କାର୍ଯ୍ୟ କ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ, ସମ୍ପାଦକ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ପରିଡ଼ା,ସଦସ୍ୟ ଶ୍ରୀ ଇନ୍ଦ୍ରଜିତ ଦାଶ,ସଦସ୍ୟା ଶ୍ରୀମତୀ ସୁଲୋଚନା ରଥ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଶି ଭୂଷଣ ପଣ୍ଡା ଉପସ୍ଥିତ ଥିଲେ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ ଉକ୍ତ କାର୍ଯ୍ୟ କ୍ରମଟି ସଫଳ ହୋଇଥିଲା।

ରିପୋର୍ଟ :ରଜତ ମହାପାତ୍ର