
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୟୁନିଭରସିଟି ହାୟର ସେକାଣ୍ଡେରୀ ସ୍କୁଲର ୧୯୯୨ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ ଏକ ବନ୍ଧୁମିଳନ ଆଲ୍ଲିପୁର ନିକଟସ୍ଥ ମାଁ ଠାଙ୍ଗେଇଶୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି । ଜେଭି ପ୍ରସାଦ ରେଡ୍ଡୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିର୍ଘ ୨୬ ବର୍ଷ ପରେ ବହୁ ପୁରାତନ ଛାତ୍ର ଏକତ୍ରିତ ହୋଇ ଭାବର ଆଦାନ ପ୍ରଦାନ କରିବା ସହ ପାଠପଢା଼ ସମୟର ସ୍ମୃତି ସାଉଁଟି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଲୋଚନ ମିଶ୍ର, ଅବନିଗୟା, ଅଜିତ କୁମାର ସାହୁ, ଲିଙ୍ଗରାଜ ପାତ୍ର, ଅଶୋକ ସେଠି, ବୀରେନ୍ଦ୍ର ସାହୁ, ଲିଟୁ ମହାନ୍ତି, ଦିପୁ ରଥ, ପିଣ୍ଟ ତ୍ରିପାଠୀ, ସୌମ୍ୟ କାନ୍ତ ନାୟକ, ସୁଧାକର ବେହେରା, ସିମାଞ୍ଚଳ ବେହେରା, ଆଲଫା ରେଡ୍ଡୀ, ମନ୍ମଥ ସାହୁ, ଦିଲୀପ ପାତ୍ର, ଲକ୍ଷ୍ମଣ ନାରାୟଣ ବେହେରା ପ୍ରମୁଖ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପାଠପଢ଼ା ବେଳର ସ୍ମୃତି ଏବଂ ବର୍ତ୍ତମାନ କିଏ କେଉଁ ସ୍ଥତିରେ କେଉଁଠି ରହିଛନ୍ତି ସେ ସମ୍ପର୍କରେ ପରସ୍ପର ଆଲୋଚନା କରିଥିଲେ । ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଉଥିବା ମୋ ସ୍କୁଲ ଯୋଜନା ନେଇ ବୈଠକ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତିରେ ସହଯୋଗର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଆମ୍ବପୁଆ ଠାରେ ଥିବା ରାମକୃଷ୍ଣ ମିଶନ ଦ୍ୱାରା ପରିଚାଳିତ ଅନାଥ ଆଶ୍ରମକୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

