୧ଲକ୍ଷ ଟଙ୍କାର ଘୁଟୁକା ଜମାକାରୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଗୋଟକାକୁ ନିଷିଦ୍ଧ ଘୋଷଣା କରିଥିବା ବେଳେ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ କାଠ କରତକଳ ପରିସରରେ ନନ୍ଦିକା ଗ୍ରାମର ନାରାୟଣ ଦତ୍ତ ୯୯ ହଜାର ଘୁଟୁକା ପ୍ୟାକେଟ୍ ଜମା ରଖିଥିବା ଖବର ପାଇ ପୋଲିସ ଜବତ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ଘୁଟୁକାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବେଆଇନ ଭାବେ ସେ ଏହାକୁ ଗଚ୍ଛିତ ରଖିଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଥିବା ଆଇଆଇସି ପ୍ରଦୀପ କୁମାର ମାଝୀ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା