ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୦% ସଫଳତା ହାସଲ କରି ଆସୁଛନ୍ତି । ଏହି ବର୍ଷ ମୋଟ ୩୪୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ଗ୍ରେଡ଼ ଅର୍ଥାତ ୯୦%ରୁ ଉର୍ଦ୍ଧ୍ଵରେ ୧୫୯ ଜଣ, A2 ଗ୍ରେଡ଼ ଅର୍ଥାତ ୮୦%ରୁ ଉର୍ଦ୍ଧ୍ଵରେ ୧୫୬ଜଣ, ଏବଂ B1 ଗ୍ରେଡ଼ ଅର୍ଥାତ ୭୦%ରୁ ଉର୍ଦ୍ଧ୍ଵରେ ୨୩ ଜଣ, ଉତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଶିବରାମ ପାତ୍ର ମୋଟ ୫୯୮ ମାର୍କ (୯୯.୬୬ %), ଦ୍ଵିତୀୟ ସ୍ଥାନରେ ଶାଶ୍ୱତ ସାହୁ ମୋଟ ୫୯୫ ମାର୍କ (୯୯.୧୭ %), ତୃତୀୟ ସ୍ଥାନରେ ଦୀପକ କୁମାର ନାୟକ ମୋଟ ୫୮୯ ମାର୍କ (୯୮.୧୭ %), ଚତୁର୍ଥ ସ୍ଥାନରେ ରୁଦ୍ର ପ୍ରତାପ ସ୍ୱାଇଁ ମୋଟ ୫୮୭ ମାର୍କ (୯୭.୮୩%), ପଞ୍ଚମ ସ୍ଥାନରେ ଶୁଭାଶିଷ ଦାସ ମୋଟ ୫୮୬ ମାର୍କ (୯୭.୬୭%), ଷଷ୍ଠ ସ୍ଥାନରେ କାହ୍ନା ସାହୁ, ସ୍ନେହାଶିଷ ସାହୁ, ଶ୍ରୀୟାଶୀ ସ୍ୱାଇଁ ମୋଟ ୫୮୫ ମାର୍କ (୯୭.୫୦%), ସପ୍ତମ ସ୍ଥାନରେ ପ୍ରୀତିନନ୍ଦା ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରୀୟାଂଶି ପାଢ଼ୀ, ପ୍ରଜ୍ଞା ମହାପାତ୍ର, ଅମରେଶ ପାଣିଗ୍ରାହୀ, ଦିବ୍ୟଜ୍ୟୋତି ତ୍ରିପାଠୀ, ଗୌରୀ ପଣ୍ଡା ମୋଟ ୫୮୪ ମାର୍ଚ (୯୭.୩୩ %), ଅଷ୍ଟମ ସ୍ଥାନରେ ଅମିତ କୁମାର ଆଚାର୍ଯ୍ୟ, କାମାକ୍ଷୀ ପ୍ରସାଦ ପଣ୍ଡା, ପ୍ରେରଣା ମହାପାତ୍ର, ରାଜ କୁମାର ନନ୍ଦ, ରିତିକ୍ ରଞ୍ଜନ ପାଣିଗ୍ରାହୀ, ତାପସ କୁମାର ମହାତି ମୋଟ ୫୮୩ ମାର୍କ (୯୭.୧୭%), ନବମ ସ୍ଥାନରେ ସାସ୍ୱତ ସ୍ୱରୂପ ପାଣିଗ୍ରାହୀ ମୋଟ ୫୮୨ ମାର୍କ (୯୭.୦୦%) ଓ ଦଶମ ସ୍ଥାନରେ ଶାଗର କୁମାର ମହାପାତ୍ର, ଶ୍ରୀରାମ ସାହୁ, ଇଶକାନ୍ତ ସାହୁ ଓ ଷୋୖରଭ ମହାନ୍ତି ମୋଟ ୫୭୯ ମାର୍କ (୯୬.୫୦%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁ ମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ଼ଃ ଶ୍ରୀକାନ୍ତ ମହାପାତ୍ର ଏବଂ ସମ୍ପାଦକ ନାରାୟଣ ପଣ୍ଡା ତଥା ସମସ୍ତ ପରିଚଳନା ସମିତି ସଦସ୍ୟ ଓ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ବୋଲି ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା