ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ସ୍ୱୟଂ ସୟାୟକ ଗୋଷ୍ଠୀଙ୍କୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ବେଳେ ଏଣିକି ଜଳେଶ୍ୱର ମ୍ୟୁନିସିପାଲଟିର ୧୨ନଂ ୱାର୍ଡରେ ଥିବା ସ୍ୱୟ ସହାୟକ ଗୋଷ୍ଠୀ ଡ୍ରେନ୍ ପୁନଃଉଦ୍ଧାର ଲାଗି ଟେଣ୍ଡର ନେଇଛନ୍ତି । ଏହା ଜଣାଯିବାପରେ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କୁ ପ୍ରତ୍ସୋହିତ କରୁଥିବା ଜଣାଯାଇଛି । ୧୨ନଂ ୱାର୍ଡର ରେଳବାଇ ଲେବୁଲ କ୍ରସିଂ ଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ଡ୍ରେନ୍ ସଫା କରିବାଲାଗି ହୋଇଥିବା ଟେଣ୍ଡରରେ ଶ୍ରୀଜଗନ୍ନାଥ ଏସ୍ଏଚ୍ଜି ଗ୍ରୁପ ୯୨ହଜାର ଟଙ୍କାରେ ଡ୍ରେନ୍ ପୁନଃଉଦ୍ଧାର ଲାଗି କାର୍ଯ୍ୟାଦେଶ ପାଇଛନ୍ତି । ଗତ ୪ଦିନ ଧରି ଏହାର ସଦସ୍ୟାମାନେ ନିଜେ ଝୁଡା କୋଦାଳ ଧରି ଡ୍ରେନ୍ରୁ ବାଲି, ମାଟି, ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଛି ।ଜଳେଶ୍ୱର ମ୍ୟୁନିସିପାଲଟିରର ଏହା ଏକ ଉଦାହରଣ ହୋଇଥିବା ବେଳେ ଆସନ୍ତା ଦିନରେ ଅନ୍ୟ ଏସ୍ଏଚ୍ଜି ଗ୍ରୁପମାନେ ଅଧିକ ଆପଣେଇବେ ବୋଲି ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାୟୀ ଅଧିକାରୀ ଅଜୟ ମହାପାତ୍ର କହିଛନ୍ତି । ୧୨ନଂ ୱାର୍ଡ ନୂଆବଜାରରେ ମହିଳାମାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି ।