୧୨ବର୍ଷ ବାଳକର ସଫଳ ହେଲା ହାର୍ଟ ଅସ୍ତ୍ରୋପଚାର…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହାଇଟେକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ହୃଦରୋଗ ଏବଂ ଶଲ୍ୟ ଚିକିତ୍ସା ବିଭାଗରେ କୋମଳମତି ଶିଶୁ ମାନଙ୍କର ବିରଳ ହୃଦ ବକ୍ଷ ଶଲ୍ୟ ଚିକିତ୍ସା (ଓପନ ହାର୍ଟ ସର୍ଜରୀ) ସୁଚାରୁ ରୂପେ ସମ୍ପାଦନ ହୋଇଛି । ରୋଗୀମାନେ ଓଡିଶାର ବଡ ବଡ ସରକାରୀ ହସ୍ପିଟାଲ ଏବଂ ଘରୋଇ ନର୍ସିଂ ହୋମ ଗୁଡିକରୁ ହତୋତ୍ସାହିତ ହୋଇ ଫେରି ଆସୁଥିଲା ବେଳେ ସେମାନଙ୍କୁ ହାଇଟେକ ଗ୍ରୁପର ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ସହାୟତାର ହାତ ବଢେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ ଶିଶୁ ମାନଙ୍କର ମାଗଣାରେ ଓପନ ହାର୍ଟ ସର୍ଜରୀ କରିବାକୁ ହାଇଟେକ ଗ୍ରୁପର ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫-୨୦ ଜଣ ଶିଶୁଙ୍କର ଚିକିତ୍ସା ହୋଇସାରିଛି । ଫେବୃଆରୀ ୯ ଏବଂ ୧୦ ତାରିଖରେ ୬ ଜଣ ଶିଶୁଙ୍କର ଓପନ ହାର୍ଟ ସର୍ଜରୀ କରାଯାଇଛି । ଯାହାକି ଅତ୍ୟନ୍ତ ବ୍ୟୟ ବହୁଳ ଅଟେ । ତାହା ସମ୍ପୂର୍ଣ ମାଗଣାରେ ହୋଇପାରିଛି । ସବୁ ଶିଶୁ ମାନଙ୍କର ବୟସ ୧୨-୧୪ ମାସ ମଧ୍ୟରେ ହେବ । ହୃଦରୋଗ ଶଲ୍ୟ ଚିକିତ୍ସା ବିଭାଗର ବରିଷ୍ଠ ଚିକିତ୍ସାବିତ ପ୍ରଫେସର ଏବଂ ଡାଇରେକ୍ଟର ଡାକ୍ତର ପି.କେ ଦାଶଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ଅସ୍ତ୍ରୋପଚାର ସମ୍ପର୍ଣ୍ଣ ହୋଇଥିଲା । ଏହି ସଫଳତା ପାଇଁ ହାଇଟେକ ଗ୍ରୁପର ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜି଼ଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ଡାଇରେକ୍ଟର ରୁପେଶ ପାଣିଗ୍ରାହୀ, ରାକେଶ ପାଣିଗ୍ରାହୀ ହାଇଟେକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ହୃଦରୋଗ ଏବଂ ଶଲ୍ୟ ଚିକିତ୍ସା ବିଭାଗର ସମସ୍ତ ସୁଦକ୍ଷ ଚିକିତ୍ସାବିତ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା