ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ନାମାଙ୍କନ ପତ୍ର ଦାଖଲ ହେବା ପ୍ରକ୍ରିୟାର ଆରମ୍ଭ ଠାରୁ ଆଜି ଶେଷ ଦିନ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି । ସରପଞ୍ଚ ଓ ସମିତିସଭ୍ୟ ପାଇଁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ଲକ ଓ ଓ ପଞ୍ଚାୟତ ଅଞ୍ଚଳ ଯେତିକି ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପାରଳାଖେମୁଣ୍ଡି ସହର ମଧ୍ୟ ସେତିକି ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ, ସିପିଆଇ ପ୍ରଭୃତିଙ୍କ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୋଟ ୩୧ଜଣ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ଗତକାଲି ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ ୩୪ ଜଣ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହାକୁ ମିଶାଇ ଜିଲାର ୭ ଗୋଟି ବ୍ଲକରେ ଥିବା ୧୪ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୬୫’ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଆଜି ନାମାଙ୍କନ ପତ୍ର ଦାଖଲ ହୋଇଥିବା ମଧ୍ୟରୁ କାଶିନଗରରୁ ୮ ଜଣ, ଗୁମ୍ମାରୁ ୪ଜଣ, ନୂଆଗଡରୁ ୩ଜଣ, ଗୋସାଣିରୁ ୯ ଜଣ, ମୋହନାରୁ ୨ ଜଣ, ଆର୍ ଉଦୟଗିରିରୁ ୩ ଜଣ ଏବଂ ରାୟଗଡ’ରୁ ୨ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ସମୟରେ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ବିଶ୍ୱ ମୋହନ ରାୟଙ୍କ ସମେତ ଉପଜିଲ୍ଲାପାଳ ଦିଲୀପ କୁମାର ମହାରଣା, ଡେପୁଟି କଲେକ୍ଟର ଜୁବୁଲି ଚରଣ ବେହେରା ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । କୋରନା କଟକଣା ଅନୁସାରେ ସୀମିତ ସମର୍ଥକମାନଙ୍କ ସହ ଆଜି ନିଜର ପ୍ରର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପ୍ରାର୍ଥୀ ମାନଙ୍କ ହାତ ସେନିଟାଇଜ କରାଯିବା ସହ ଥର୍ମାଲ ଟେଷ୍ଟ କରା ଯାଇଥିଲା । ଅନ୍ୟପକ୍ଷରେ ପ୍ରାର୍ଥୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରା ଯାଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା