
ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ମଜଦୂର ସଂଘର ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଅସୋସିଏସନ ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ୧୫ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି । ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହି, ବ୍ଲକ ସଭାନେତ୍ରୀ ସରସ୍ୱତୀ ଆଚାରୀ ଓ ସମ୍ପାଦିକ ସଂଗୀତା ମହାପାତ୍ରଙ୍କ ନେତୃତ୍ୱରେ ଛତ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ହୋଇନାହିଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇ କହିଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର । ଏହି କାର୍ଯ୍ୟକ୍ରମରେ ବହୁ ଅଙ୍ଗନୱାଡି କର୍ମୀ ଅଂଶ ଗ୍ରହଣ କରିଥିଲେ ।