ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତିର ପତା ଗାନ୍ଧିଜୀଙ୍କର ବିଚାର ଓ ଦର୍ଶନ ସମଗ୍ର ବିଶ୍ୱରେ ଅତୁଳନୀୟ । ଗାନ୍ଧି କେବଳ ଜାତିର ପିତା ନୁହନ୍ତି ତାହା ଏକ ବିଚାର । ତେଣୁ ଭାରତୀୟ ଜାତୀୟ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ଗାନ୍ଧିଙ୍କ ଜନ୍ମ ଦିନ ଅକ୍ଟୋବର ୨ରୁ ଉତ୍କଳମଣି ଗୋପବଂଧୁ ଦାସଙ୍କ ଜନ୍ମଦିନ ଅକ୍ଟୋବର ୯ ପର୍ଯ୍ୟନ୍ତ ରାଜ୍ୟ, ଜିଲା, ବ୍ଲକ ଓ ପଂଚାୟତ ସ୍ତରରେ ପାଳନ ଲାଗି କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଉତ୍କଳମଣି ଗୋପବଂଧୁ ଦାସ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଥିବାରୁ ତାଙ୍କ ଜନ୍ମଦିନ ପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ଜଳେଶ୍ୱର ଭଂଜଭବନରେ ଆୟୋଜିତ କଂଗ୍ରେସର ପ୍ରସ୍ତୁତି ବୈଠକରେ ସଭାପତିତ୍ୱ କରି ସୁଦର୍ଶନ ଦାସ କହିଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଂଚାୟତ ଓ ମ୍ୟୁନିସିପାଲ୍ଟିରେ ଅକ୍ଟୋବର ୨ରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ, ରାମଧୁନ ଓ ପ୍ରଭାତ ଫେରି ହେବା ସହିତ ତାଙ୍କ ଜୀବନୀ ଓ ଦର୍ଶନ ଉପରେ ଆଲୋଚନା ହେବ ବୋଲି ସେ ସୂଚାଇଛନ୍ତି । “ଆଜି ଦିନରେ ଗାନ୍ଧି-ଗୋପ ବଂଧୁଙ୍କ ପ୍ରସଙ୍ଗିକତା”ଶୀର୍ଷକ ଆଲୋଚନା ଚକ୍ରହେବ ବୋଲି କଂଗ୍ରେସର ସିଦ୍ଧାନ୍ତ ସଂପର୍କରେ ସେ କହିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସତ୍ୟସୁନ୍ଦର ଦାସ, ସୁନୀଲ କୁମାର ପରିଡା, ଲକ୍ଷ୍ମୀକାନ୍ତ କର, ରିଆଜ ଖାଁ, ଜଗଦୀଶ ନନ୍ଦୀ, ବିରଞ୍ଜି ଭୂୟାଁ, ହେମନ୍ଦ ଗିରି, ତପନ ଦାସ, ସୁକୁମାର ଘୋଷ, ପଦ୍ମଲୋଚନ ବେହେରା, ସରୋଜିନୀ ଘୋଷ, ନିଳାମ୍ବର ମହାନ୍ତି, ମହିରୁଦ୍ଦିନ ଖାଁ, ଶ୍ରୀକାନ୍ତ ସିଂ, ସୁରେଶ ମହାନ୍ତ, ତପନ ଘଡାଇ, ବଳରାମ ଘଡାଇ, ଗୌରିଶଂକର ଜେନା, ଗୌରାଙ୍ଗ ମହାପାତ୍ର, ରାଜୀବ ପରିଡା, ଗିରିଜା ଶଂକର ଦାସ, ମନୋଜ ଭୂୟାଁ, ନୟନ ପାଠୀ, ଗୋପାଳ କୃଷ୍ଣ ଜେନା, ଚିତ୍ତରଂଜନ ପରିଡା, ରାଧାଦେବୀ, ତ୍ରିଲୋଚନ ଦାସ, କୁଂଜ ବିହାରୀ ଦାସ, ଅଜୟ ସାହୁ, ଶରତ ଜେନା, କାଦମ୍ବିନୀ ରାୟ, ବିଭୁରେନ୍ଦ୍ର ଦେ, ବରେନ୍ଦ୍ର ପ୍ରଧାନ ପ୍ରମୁଖ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା