୧୫୦ତମ ଗାନ୍ଧୀ ଜୟନ୍ତୀର ସଫଳତା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବୈଠକ

ଭୁବନେଶ୍ୱର -ନିଖିଳ ଭାରତ କଂଗ୍ରେସ କମିଟି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ   ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଲେ ଯେ କଂଗ୍ରେସ ସର୍ବଦା ଗାନ୍ଧୀ ଚିନ୍ତାଧାରାରେ କାର୍ଯ୍ୟ କରି ଆସିଛି । ମହାତ୍ମା ଗାନ୍ଧୀ ଭାରତବର୍ଷର ଆଦର୍ଶ । ତାଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ବିଭିନ୍ନ ବସ୍ତିରେ ପଦଯାତ୍ରା କରାଯାଇ ସ୍ଥାନୀୟ ନେତୃବୃନ୍ଦ ଓ ଯୁବକମାନଙ୍କୁ ସାମିଲ କରାଯିବ । ସ୍ୱଚ୍ଛ ପରିମଳ ପରିମଳ ନିମନ୍ତେ ବସ୍ତି ସଫେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପ୍ରଦେଶ କଂଗ୍ରେସ ଉପସଭାପତି ଦେବାଶିଷ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍ ଦାସ, ସୁମିତ୍ରା ଜେନା, ବିସ୍ମୟ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ଅଶୋକ ଦାସ, ଆଶିଷ ମଲ୍ଲିକ, ମୋହନ ଜେନା, ଦୁର୍ଗାମାଧବ ମହଲା, ଯୋଗେନ୍ଦ୍ର ନାୟକ, ଲିଲି ସ୍ୱାଇଁ, ମନୋରଂଜନ ବଟୁ ପ୍ରମୁଖ ସଂଗଠନକୁ ସୁଦୃଢ କରିବା ପାଇଁ ବୁଥ୍ସ୍ତର ପର୍ଯ୍ୟନ୍ତ ଯାଇ ଲୋକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସଂପର୍କରେ ସଚେତନତା କରାଇବା ପାଇଁ ପରାମର୍ଶମାନ ଦେଇଥିଲେ ।