

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୧୫୨ତମ ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତିକ ଅହିଂସା ଦିବସ ଓ ୧୧୭ତମ ଶାସ୍ତ୍ରୀ ଜୟନ୍ତୀ ଗଞ୍ଜାମ ଜିଲ୍ଲା କଂଗ୍ରେସ ଓ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସମସ୍ତେ ପ୍ରଥମେ ସ୍ଥାନୀୟ ବାପୁଜୀ ଆଶ୍ରମରେ ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ପରେ ମହାତ୍ମାଗାନ୍ଧୀଙ୍କ ଵ୍ରହ୍ମପୁର ସହରକୁ ଆଗମନର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ପଦଯାତ୍ରାରେ ବାହାରି ଗାନ୍ଧୀ ନଗର ଛକରେ ଥିବା ରାଷ୍ଟ୍ରପିତାଙ୍କ ପ୍ରତିମୂର୍ତ୍ତି, ତା ପରେ ଗାନ୍ଧୀ ପାର୍କରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କୃଷକ କଂଗ୍ରେସର ଯୁଗ୍ମ ସଂଯୋଜକ ରଶ୍ମିରଞ୍ଜନ ପଟ୍ଟନାୟକ, ଵ୍ରହ୍ମପୁର ନଗର ସଭାପତି ସୁଜୟ କୁମାର ଆଚର୍ଯ୍ୟ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ଜିଲ୍ଲା କଂଗ୍ରେସ ସେବାଦଳର କିଶୋର କାପୁର, ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଗଂଜାମ ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶିବରାମ ପାତ୍ର, ଵ୍ରହ୍ମପୁର ନଗର କଂଗ୍ରେସର ପୂର୍ବତନ ସଭାପତି ପ୍ରମୋଦ ଜେନା, ପ୍ରଦେଶ କଂଗ୍ରେସର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ପି. ସାଇରାମ ପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଵ୍ରହ୍ମପୁର ନଗର ସଭାପତି ସିଦ୍ଧାନ୍ତ କୁମାର ସାହୁ, ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ, ରାଜ୍ୟ କୃଷକ କଂଗ୍ରେସର ଉପସଭାପତି ପଦ୍ମଚରଣ ସାହୁ, ଜିଲ୍ଲା କଂଗ୍ରେସର ଉପସଭାପତି ମହେଶ୍ୱର ପାତ୍ର, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତି ବନଜା ପଣ୍ଡା, ଜିଲ୍ଲା କଂଗ୍ରେସର ସମ୍ପାଦକ ଦଣ୍ଡ ପାତ୍ର, ଜିଲ୍ଲା କଂଗ୍ରେସର ସମ୍ପାଦିକା ଗୀତାଙ୍କ ସମେତ ବହୁ କଂଗ୍ରେସ ନେତ୍ରୀ, ନେତା, କର୍ମୀ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

