

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସ୍ଵେଚ୍ଛାସେବୀ ସଂଘଠନ ‘ଟିମ କ୍ଲିନ ସିଟି’ ତରଫରୁ ଶକ୍ତିଧର ରାଜୁଗୁରୁଙ୍କ ନେତୃତ୍ୱରେ ଏକ ୧୮ ଜଣିଆ ଟିମ ପାରଳାଖେମୁଣ୍ଡି ପୌରପରିସରରେ ବାସ କରୁଥିବା ଓ ବିଭିନ୍ନ ସ୍ଥାନରେ ଭ୍ରମଣ କିରୁଥିବା ମାନସିକ ବିକୃତି ଲୋକମାନଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ସଫା ସୁତୁରା କରିବା ସହ ନୂତନ ବସ୍ତ୍ର ଯୋଗାଇ ଦେବା ସହ ସେମାନଙ୍କୁ ସୁସ୍ଥ ଖାଦ୍ୟ ଯୋଗାଇ ଦେଇଥିଲେ । ସେହିପରି ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣ ଗୁଡିକରେ ଲାଗିଥିବା ବ୍ୟାନର ପୋଷ୍ଟର ସଫେଇ କରିଥିଲେ । ଏହି ଟିମ କଲେଜ ଛକ ଠାରୁ ଆରମ୍ଭ କରି ବଡ଼ ବ୍ରାହ୍ମଣ ସାହି ମାଧ୍ୟମରେ ୨ଜଣ ମାନସିକ ବିକୃତି ଲୋକଙ୍କୁ ସଫା ସୁତୁରା କରିବା ସହ ସେମାନଙ୍କୁ ଚୁଟି କାଟି ନୂତନ ବସ୍ତ୍ର ପରିଧାନ କରାଇଥିଲେ । ଏହି ଟିମ ୨୪ ସେପ୍ଟେମ୍ବର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରାୟ ୩୦ ଜଣ ମାନସିକ ବିକୃତି ଲୋକଙ୍କୁ ସହାୟତାର ହାତ ବଡାଇଛନ୍ତି । ପରଳାଖେମୁଣ୍ଡିରେ ଏହିଭଳି କାର୍ଯ୍ୟକ୍ରମ କରିବା ଦେଖି ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟ କ୍ଷା ସାରା ଶର୍ମା ସହଯୋଗ କରିବା ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ କରାଗଲେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସହଯୋଗ ହାତ ବଢ଼େଇବା ସହ ଏହି ଟିମର ଅଶୋକ କୁମାର ଶୁକ୍ଳା, ରାଜେଶ କୁମାର ସାହୁ, ସୂର୍ଯ୍ୟନାରାୟଣ ଚୌଧୁରୀ, ରାମଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହ ମୋଟ ୧୮ ଜଣ ଉପସ୍ଥିତି ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା


