୨ନକଲି ଏମ୍.ଭି.ଆଇ ଗିରଫ:୧୦ହଜାର ଟଙ୍କା ଓ ମୋବାଇଲ ଜବତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ନମ୍ବର ଜାତୀୟ ରାଜପଥର ନନ୍ଦିକା ବାଇପାସ ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଯୁବକ ନିଜକୁ ଏମ୍.ଭି.ଆଇ କହି ଏକ ଗାଡିର କାଗଜପତ୍ର ଯାଞ୍ଚ କରିବା ଆଳରେ ଗାଡିର ଡ୍ରାଇଭର ଠାରୁ ଟଙ୍କା ନେଇ ଖସି ପଳାଇ ଯାଉଥିବା ବେଳେ ବିଲରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ସହାୟତାରେ ସଂପୃକ୍ତ ୨ଜଣଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକମାନଙ୍କଠାରୁ ୧୦ହଜାର ଟଙ୍କା ଓ ମୋବାଇଲ ଜବତ କରି ଥାନାକୁ ଆଣିଥିଲେ । ଉକ୍ତ ଗାଡି (ନଂ-ଡବ୍ଲ୍ୟୁ.ବି-୩୩୦-୬୧୧୦)ର ଡ୍ରାଇଭର ପଶ୍ଚିମବଙ୍ଗର ଗଡବେତା ଅଂଚଳର ଗୟାସୁଦ୍ଦିନ ମଲ୍ଲିକ ଏହି ଘଟଣା ସଂପର୍କରେ ଜଳେଶ୍ୱର ଥାନାରେ ଏତାଲା ଦେଇଛନ୍ତି । ଗିରଫ ହୋଇଥିବା ୨ଜଣଯୁବକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବଜାର ଶୋଳଗ୍ରାମର ରାଜେଶ ବିଶ୍ୱାଳ ଓ ସୀମାନ୍ତ ପଶ୍ଚିମବଙ୍ଗର ଚକଇସ୍ମାଇଲ ଗ୍ରାମର ସୁମନ୍ତ ଦାସ ବୋଲି ଜଣାପଡିଛି । ଏସଂର୍ପକରେ ଜଳେଶ୍ୱର ଥାନାରେ ଏକ ମାମଲା ନଂ ୩୩୬/୧୮ ମୂଳେ ରୁଜୁ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା