ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷଭଳି ଚଳିତବର୍ଷ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ସେଖସରାଇଠାରେ ଥିବା ଶ୍ରୀରାମକୃଷ୍ଣ ଆଶ୍ରମର ବାର୍ଷିକ ଉତ୍ସବ ଓ ଭକ୍ତ ସମ୍ମିଳନୀ ଆଜି ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଦାସଙ୍କ ପତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠର ଅଧ୍ୟକ୍ଷ ଭୁବନେଶ୍ୱରାନନ୍ଦଜୀ ମହାରାଜ, ବେଲୁର ମଠସ୍ଥିତ ରାମକୃଷ୍ଣ ମିଶନର ସ୍ୱାମୀ ଅଚ୍ୟୁତାତ୍ମାନନ୍ଦଜୀ ମହାରାଜ, ପୁରୀ ସ୍ଥିତ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ଆପ୍ତେଶ୍ୱରାନନ୍ଦଜୀ ମହାରାଜ ଓ କାନ୍ଥି ସ୍ଥିତ ଡାକ୍ତର ବିଧାନ ଚନ୍ଦ୍ର ଭୂୟାଁ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ରାମକୃଷ୍ଣ, ବିବେକାନନ୍ଦ ଭାବାନ୍ଦୋଳନ, ଦେଶ ଓ ବିଦେଶରେ କିପରିଭାବେ ପ୍ରଚାର ଓ ପ୍ରସରିତ ହୋଇଛି ସେ ସଂପର୍କରେ ବିସ୍ତ୍ରୁତଭାବେ ଆଲୋକପାତ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସଭାପତି ନବକୁମାର ଦାସ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ସ୍ୱାମୀ ଆପ୍ତେଶ୍ୱରାନନ୍ଦଜୀ ମହାରାଜ ଆଶ୍ରମ ପରିସରାରେ ଥିବା ସ୍ୱାମୀ ବିବେକାନନଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସଂଗେ ସଂଗେ ଉତ୍ସବକୁ ଆନୁଷ୍ଠାନକି ଭାବେ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଭୁବନେଶ୍ୱରାନନ୍ଦଜୀ ମହାରାଜ ଓ ସ୍ୱାମୀ ମାୟାଧିଶନନ୍ଦଜୀ ମହାରାଜ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଯୁଗସଂକଟରେ ଶ୍ରୀରାମକୃଷ୍ଣଙ୍କ ବାଣୀ ସଂପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଅପରାହ୍ନରେ ଶ୍ରୀ ଶ୍ରୀ ମାଙ୍କର ସଭାଜ ଚେତନା ସଂପର୍କୀୟ ଆଲୋଚନାଚକ୍ର ରାମକୃଷ୍ଣ, ବିବେକାନନ୍ଦ ଭାବପ୍ରଚାର ପରିଷଦ ଓଡିଶା ଶାଖାର ପୂର୍ବତନ ଆବାହକ ଡ. ଉପେନ୍ଦ୍ର ନାଥ ଦାସ ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଦୁଇଦିନ ବ୍ୟାପୀ ଏହି ଉତ୍ସବକୁ ସଂଗଠନର ସଂପାଦକ ବିମଳେନ୍ଦୁ ଦାସ, ଉପସଭାପତି ଅରୁପ ଶକ୍ତି ମାଇତି ଓ ପ୍ରଫେସର ସୁଭାଶୀଷ କରଣ , ସହସଂପାଦକ ଡା. ନିତାଇ ଚନ୍ଦ୍ର ମଣ୍ଡଳ, ପରିଚାଳକ ତପନ ପଢିଆରୀ ଓ ସଭ୍ୟ ସୁକୁମାର ରଣା ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା