୨ମାସହେଲା ପୋଲିସ ଓକିଲ ମୁଆଁମୁହିଁ : ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ଏକ ବଡ ଉଦାହରଣ…

ଭୁବନେଶ୍ୱର: ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ  ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ବଡ ଉଦାହରଣ ଠାରୁ ଆଉ କଣ ହୋଇପାରେ ବୋଲି କହିଛନ୍ତି  ପ୍ରଧାନ। ଦଶହରା ପରେ ସମସ୍ତେ ନିଜନିଜ କାମକୁ ଫେରିଛନ୍ତି । ଓକିଲ ଓ ପୋଲିସ ବନ୍ଧୁ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ରାସ୍ତା ଏଯାଏଁ ଆସିନି । ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେସି ହୋଇଗଲାଣୀ । ଅନେକ ଲୋକ ଚାକିରୀ, ଜମିଜମା ବିବାଦ, ସାମାନ୍ୟ ଜାମିନ୍ କୋର୍ଟରେ ହୋଇପାରୁନି । ପ୍ରଧାନ କହିଛନ୍ତି ଯେ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଅସନ୍ତୋଷର ବାତାବରଣ  ସୃଷ୍ଟି ହୋଇଛି । ଏହାର ସମଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ନିହାତି ଦରକାର । ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ । ଏଥିପାଇଁ ଯିଏ ଦାୟିତ୍ୱରେ ଅଛନ୍ତି ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ । ପ୍ରଧାନ କହିଛନ୍ତି ଯେ, ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ, ନ୍ୟାୟପାଳିକା ପାଖରେ ତାଙ୍କର ଉତର ଦାୟିତ୍ୱ ଅଛି । ଭୁଲ ଠିକ୍ ର ତର୍ଜମା ସେ କରିବାକୁ ଚାହୁଁ ନାହାନ୍ତି । ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନର ଦାୟିତ୍ୱ ରାଜ୍ୟ ମୁଖିଆଙ୍କର  । ଏହାର ସମାଧାନ ଯଦି ନହେଉଛି ଏହାକୁ ଅପାରଗତା କୁହାଯିବନି ତ ଆଉ କଣ କୁହାଯିବ ବୋଲି କହିଛନ୍ତି  ପ୍ରଧାନ । ପ୍ରଧାନ କହିଛନ୍ତି ଯେ, ଦେଢରୁ ଦୁଇମାସ ହେଲା ସ୍ଥିତାବସ୍ଥା ଅଛି । ଏହା ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର । ତାଙ୍କର ଡିଜି କଣ କରୁଛନ୍ତି । ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ । ସମାଧାନ ପାଇଁ ଦାୟିତ୍ୱ କାହାକୁ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ସମାଜକୁ ଆହୁରି ପଙ୍ଗୁ କରିବ । ସବୁ କଥାରେ ଆଗରେ ପଡି ହସ୍ତକ୍ଷେପ କରୁଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରଧାନ ଭିଡିଓରେ ଅପିଲ୍ କରିଛନ୍ତି ।