ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତିି ଯେ ଆଜି ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ଏସଆରସି କହିଛନ୍ତି । ପାରାଦୀପର ୧୦୬୦ କିଲୋମିଟର ଦୂରରେ ଅଛି ଅମ୍ପାନ । ଘଣ୍ଟାକୁ ୨୦କିମି ବେଗରେ ଗତି କରୁଛି । ୨୦ତାରିଖ ବେଳକୁ ପଶଚିମବଙ୍ଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି । ରିକର୍ଭ କଲା ପରେ ଗତିପଥ ନେଇ ସୂଚନା ଆସିପାରିବ ବୋଲି ସେ କହିଛନ୍ତି । ସେହିପରି ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ସମ୍ଭାବନା ରହିଛି । ୨୦ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ଲାଗି ରହିବ ବର୍ଷା । ୧୯ତାରିଖ ସକାଳେ ୬୦କିମି ବେଗରେ ପବନ ବହିବ । ଏହାର ବେଗ ୭୫କିମି ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଆକଳନ କରାଯାଇଛି । ରାଜ୍ୟରେ ୧୮ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ୧୨ଟି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ତେଣୁ ଏନଡ଼ିଆରଏଫ, ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇଛି ସେମାନଙ୍କୁ ନିୟୋଜିତ କରାଯିବ । ଉତ୍ତର ଓଡ଼ିଶା ସହ ଅନ୍ୟ ୮ଟି ଜିଲ୍ଳାକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର