୨୦୧୪ରେ ଯେଉଁମାନେ କାନ୍ଦୁଥିଲେ ଆଜି ସେମାନଙ୍କ ମୁହଁରେ ହସ : ମତଦାନପରେ ବିଜୟ ସମ୍ଭାବନାକୁ ନେଇ ପ୍ରାର୍ଥୀଙ୍କ ଉତ୍ସାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଓଡ଼ିଶାରେ ଶେଷ ହୋଇଛି । ଏହାକୁ ନେଇ ଭୋଟରମାନଙ୍କ ମଧ୍ୟରେ ଯେତିକି ଖୁସି ଓ ଉତ୍ସାହିତ ନିର୍ବାଚନ ଲଢ଼ୁଥିବା ବିଜେଡି ପ୍ରାର୍ଥୀମାନେ ମଧ୍ୟ ବିଜୟ ସମ୍ଭାବନାକୁ ନେଇ ସେତିକି ଉତ୍ସାହିତ । ବିପୂଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବା ପାଇଁ ଭୋଟରମାନଙ୍କ ନିକଟରୁ ଆଶା ରଖିଥିବା ପ୍ରାର୍ଥୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । କଂଗ୍ରେସ ଦଳର ପୁରୁଖା ନେତା ବର୍ତ୍ତମାନ ବିଜେଡିରେ ଯୋଗଦେଇ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ,କଂଗ୍ରେସ ପ୍ରାର୍ଥୀ ହୋଇ ତିନି ତିନି ଥର ପରାସ୍ତ ହୋଇଥିବା ବର୍ତ୍ତମାନ ବିଜେଡିରେ ଯୋଗଦେଇ ବ୍ରହ୍ମପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା,ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ନିଜ ନିଜ ମତସାବ୍ୟସ୍ତ କରିଛନ୍ତି ଓ ବିଜୟ ସମ୍ଭାବନାକୁ ନେଇ ବେଶ ଖୁସି ମନଉ ଥିବା ଦେଖିବାକୁ ମିଳିଛି । ତେବେ ଏହା ଦେଖି ବିରୋଧୀମାନେ ନାକରେ ଆଙ୍ଗୁଳିମାରି ହସୁଥିବା ମଧ୍ୟ ଦେଖି ବାକୁ ମିଳିଛି । ଏମାନଙ୍କ ଭାଗ୍ୟ ଇ ଭି ଏମ ମେସିନିରେ ରହିଥିବା ବେଳେ ମଇ ୨୩କୁ ଅପେକ୍ଷା କର ବୋଲି ବିରୋଧୀ କହୁଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା