ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ ୨୦୧୯ ନିର୍ବାଚନକୁ ଆଖିଆଗରେ ରଖୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗ ଓ ଲିକରସପ୍ ଗୁତାଦାରମାନଙ୍କୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଚଳିତ ସାଧାରଣ ନିର୍ବାଚନକୁ ଜିଲ୍ଲାରେ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ଚୋରା ଓ ବିଷାକ୍ତ ମଦ କାରବାର ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବା ନିମନ୍ତେ ବିଭାଗୀୟ ଅଧିକାରୀ ଓ ଗୁତାଦାରମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେକୌଣସି ସମୟରେ ଏଭଳି ଘଟଣା ନଜରକୁ ଆସିବ କିମ୍ବା ଆସେ ତୁରନ୍ତ ତାହାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ଓ ଗଞ୍ଜାମ ଅବକାରୀ ବିଭାଗ ଅଧିନରେ ରହିଥିବା ଦେଶୀ ଓ ବିଦେଶୀ ଗୁତାଦାରମାନେ ବର୍ତ୍ତମାନ ଠାରୁ ହିଁ ଚୋରା ଓ ବିଷାକ୍ତ ମଦ କାରବର ପ୍ରତି ସାବଧାନ ରହିବା ସହ କୌଣସି ଅଂଚଳରେ ଏଭଳି ସୂଚନା ପାଇଲେ ନିକଟସ୍ଥ ପୋଲିସ କିମ୍ବା ଅବକାରୀ ବିଭାଗ ନଚେତ ପ୍ରଶାସନକୁ ତୁରନ୍ତ ସୂଚନା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଗଂଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର, ବ୍ରହ୍ମପୁର ଅବକାରୀ ଅଧିକ୍ଷୀକ ବିବେକାନନ୍ଦ ନାୟକଙ୍କ ସମେତ ଦୁଇଟି ଅବକାରୀ ଜିଲ୍ଲାର କର୍ମଚାରୀ ଏବଂ ସମସ୍ତ ଦେଶୀ ଓ ବିଦେଶୀ ମଦ ଗୁତାଦାରମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା