୨୦ ଦିନର ଶିଶୁକୁ ଧରି ପ୍ରଚାର ମଇଦାନରେ ସରପଞ୍ଚ ପାର୍ଥିନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଳରେ ୨୦ ଦିନର ଶିଶୁ ପୁତ୍ର, ସମର୍ଥକଙ୍କ ହାତରେ ଖୋଲା ବହି ଘରକୁ ଘର ବୁଲି ଚାଲିଛି ଭୋଟ ଭିକ୍ଷା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ପୋଡାପଦର ଗ୍ରାମ ପ଼ଞ୍ଚାୟତରେ । ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ପାର୍ଥିମାନେ ନିଜର ସମର୍ଥନ ଯୋଗାଡ କରୁଥିବା ବେଳେ ଏଠାକାର ପଞ୍ଚାୟତରେ ପାର୍ଥୀ ହୋଇଥିବା ମାମା ସେଠୀଙ୍କ ପ୍ରଚାର ତରିକା ରହିଥିଲା ଏକ ଭିନ୍ନ ଧରଣର । ନିଜର ଶିଶୁ ପୁତ୍ର ଜନ୍ମ ହେବାର ଚାରି ଦିନ ପରେ ଏହି ପଞ୍ଚାୟତରେ ସରପଞ୍ଚ ପାର୍ଥିନୀ ଭାବେରେ ମାମା ସେଠୀ ପାର୍ଥି ପତ୍ର ଦାଖଲ କରିଥିଲେ । ବର୍ତ୍ତମାନ ସାରା ରାଜ୍ୟର ରାଜନୀତି ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇ ପଡିଥିବାରୁ ବାଧ୍ୟ ହୋଇ ଏପରି ନିଜ ଶିଶୁକୁ ସାଙ୍ଗରେ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଥିବା କହିଛନ୍ତି । ସେପଟେ ମାମା ସେଠୀ ଜଣେ ଉଚ୍ଚ ଶିକ୍ଷିତା ଏପରିକି ଇଞ୍ଜିନିୟରିଂ ଶିକ୍ଷା ଶେଷ କରିଥିବା ବେଳେ ଏଭଳି ଜଣେ ଉଚ୍ଚ ଶିକ୍ଷିତାଙ୍କୁ ପାଇ ପଞ୍ଚାୟତବାସୀ ଅଧିକ ସମର୍ଥନ କରୁଥିବା କହିଛନ୍ତି । ଅନ୍ୟପଟେ ପୂର୍ବରୁ ମାମା ସେଠୀଙ୍କ ସ୍ୱାମୀ ସୂର୍ଯ୍ୟ ନାରାୟଣ ସେଠୀ ଏହି ପଞ୍ଚାୟତର ସମିତିସଭ୍ୟ ଭାବରେ କାର୍ଯ୍ୟ କରି ଆସିଥିବାର ନଜର ରହିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା