ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରୁ ୬୦ନଂ ଜାତୀୟ ରାଜପଥର ଉପାନ୍ତ ଲକ୍ଷ୍ମଣନାଥ ରୋଡ ସ୍ଥିତ ବାଣିଜ୍ୟକର ତନଖିକର ଫାଟକ ନିକଟକୁ ଜଳେଶ୍ୱରର ସମସ୍ତ କୋର୍ଟ ସ୍ଥାନାନ୍ତର ହେବାର ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତ୍ତି ହୋଇଥିବାରୁ ଜଳେଶ୍ୱରରେ ବନ୍ଦ ଡାକରା ଦିଆଯାଇଛି । କିନ୍ତୁ ଜଳେଶ୍ୱର ଓକିଲ ସଂଘ ଦଳମତ ନିର୍ବିଶେଷରେ ରାଜ୍ୟ ବାର୍ କାଉନ୍ସିଲ ଦ୍ୱାରା ପରିଚାଳିତ ଏକ ନିର୍ଦଳୀୟ ସଂଗଠନ । ଜଳେଶ୍ୱରରେ ରେଲୱେ ପ୍ଲାଇ ଅଭରବ୍ରିଜ୍ ନିର୍ମାଣ ଯୋଗୁଁ କୋର୍ଟ ସ୍ଥାନାନ୍ତର ହେବା ନିଶ୍ଚିତ । ଉକ୍ତ ଘଟଣା ଓକିଲ ସଂଘ ସହିତ ସଂଶ୍ଳିଷ୍ଟ ହୋଇଥିବାରୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମତେ ବାଲେଶ୍ୱର ଜିଲା ଜଜ୍ ଓ କେତେକ ପ୍ରଶାସନୀକ ଅଧିକାରୀ କୋର୍ଟ ଲାଗି ବିଭିନ୍ନ ସ୍ଥାନ ବୁଲି ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ବାଣିଜ୍ୟକରର ସ୍ଥାନକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି କରିଛନ୍ତି । ପୁଣି ଉଚ୍ଚ ନ୍ୟାୟାଳୟର ଚିଠି ନଂ ୧୦୧୩ ତା ୨୨-୧-୧୯ ଅନୁଯାୟୀ ଜଳେଶ୍ୱର କୋର୍ଟ ବିଲ୍ଡି ଲକ୍ଷ୍ମଣନାଥକୁ ସ୍ଥାନାନ୍ତର ଲାଗି ଆଇନ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ହୋଇଛି ଓ କାର୍ଯ୍ୟ ଚାଲୁ ରହିଛି । ଏ ପରିସ୍ଥିତିରେ ୨୦-୯-୧୯ରେ ଜଳେଶ୍ୱର ବାର୍ର ସାଧାରଣ ବୈଠକ ସିଦ୍ଧାନ୍ତ ଅନୁଯାୟୀ ଉଚ୍ଚ ନ୍ୟାୟାଳୟର ସିଦ୍ଧାନ୍ତ ମାନିବାକୁ ବାଧ୍ୟ । ତେଣୁ ୨୪ତାରିଖରେ ହେବାକୁ ଥିବା ଜଳେଶ୍ୱର ବନ୍ଦକୁ ଓକିଲ ସଂଘ ସମର୍ଥନ କରିବନାହିଁ ବୋଲି ଜଳେଶ୍ୱର ବାର୍ର ସଭାପତି କୁଂଜ ବିହାରୀ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓ ଏ ଏଥିରେ ଓକିଲମାନେ ସାମିଲ ନ ହେବାକୁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୁପିତ କୁମାର ପରିଡା