ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜାନୁଆରି ୨୮ ତାରିଖରେ ୨୫ତମ ଏସ.ଡି. ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ଶପଥ ପାଠ କରାଯାଇଥିଲା । ଏଥିରେ ଅତିଥି ଭାବେ ପ୍ରତାପ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ସିନିଅର, ଜୁନିୟର ବାଳିକା, ବାଳକ ଓ ସବ-ଜୁନିୟର ଚାରୋଟି ଗ୍ରୁପରେ କ୍ରୀଡା ପରିଚାଳିତ ହୋଇଥିଲା । ଏଥିରେ ସିନିୟର ବିଭାଗରେ ୧୧୮ ଜଣ ବାଳିକା ଓ ଜୁନିୟର ଗ୍ରୁପରେ ୧୫୦ ଜଣ ବାଳିକା ଭାଗ ନେଇଥିଲେ । ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କ୍ରୀଡା ମଶାଲ ନିକଟସ୍ଥ ମହାବୀର ମନ୍ଦିରରୁ ଆସିଥିଲା । ମଶାଲ ଆଣିବାର ଦାୟିତ୍ୱ କର୍ମଚାରୀ ରବିନାରାୟଣ କବି ଶତପଥୀ ଗ୍ରହଣ କରିଥିଲେ । ତାଙ୍କ ସହ ୧୦ଜଣ ଛାତ୍ରୀ ସହଯୋଗ କରିଥିଲେ । ସେମାନେ ହେଲେ ବର୍ଷା ରାଣୀ ସାହୁ, ଅମ୍ରିତା ସାହୁ, ବିଜୟ ଲକ୍ଷ୍ମୀ ଦାସ, ଶ୍ରୀୟା ସାହୁ, ଶୁଭଲକ୍ଷ୍ମୀ ସାହୁ, ଆକାଂକ୍ଷା ପ୍ରିୟଦର୍ଶିନୀ ବେହେରା, ଆଦ୍ୟାଶା ପ୍ରିୟଦର୍ଶିନୀ, ପ୍ରଜ୍ଞା ପାରମିପ ପତି, ଦେବଜଷ୍ଟା ପ୍ରଧାନ, ଅଙ୍କିତା ଦାସ । ଶପଥ ପାଠ କରିଥିଲେ ବର୍ଷା ରାଣୀ ସାହୁ । ଏହା ଜାନୁଆରୀ ୨୮ଓ ୨୯ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ଏସଏମସି ଏବଂ ଏସଏମଡିସିର ସଦସ୍ୟ, ସଦସ୍ୟା ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ . କ୍ରୀଡା ଶିକ୍ଷକ ବିଶ୍ୱଜିତ ଦଳେଇ, ସପନୀ ବେହେରା ଏହି କ୍ରୀଡା ପ୍ରତିଯୋଗିତାକୁ ସାଫଲ୍ୟ କରିଥିଲେ . ଏହି ୨୫ ତମ କ୍ରୀଡା ପ୍ରତିଯୋଗିତାରେ ସିନିୟର ଗ୍ରୁପରେ ଚମ୍ପିୟାନ ନବମ ଶ୍ରେଣୀର ଛାତ୍ରୀ ବର୍ଷା ରାଣୀ ସାହୁ ଏବଂ ଜୁନିୟର ଗ୍ରୁପରେ ଚମ୍ପିୟାନ ସପ୍ତମ ଶ୍ରେଣୀର ଜେନେଲିଆ ବେହେରା ହୋଇଛନ୍ତି । ଏହା ବ୍ୟତୀତ ଜୁନିୟର ବାଳକ ଚମ୍ପିୟାନ ସପ୍ତମ ଶ୍ରେଣୀର ଆଶିଷ ବେହେରା ହୋଇଛନ୍ତି । ଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି